ମୁମ୍ବାଇ: ବଲିଉଡ୍ର ଆଉଜଣେ ଜଣାଶୁଣା ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ସେ ହେଉଛନ୍ତି ଶିବକୁମାର ବର୍ମା। ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ୍ (CINTAA) ଏହାର ସୂଚନା ଦେଇଛି ଏବଂ ଆର୍ଥିକ ସହାୟତା ପାଇଁ ଅପିଲ୍ କରିଛି।
CINTAA ଟୁଇଟ୍ କରି କହିଛି, ଶିବ କୁମାର ବର୍ମା କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନୋରୀ ଡିଜିଜ୍ (COPD) ରୋଗରେ ଆକ୍ରାନ୍ତ ହୋଇଛନ୍ତି ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ଏହାସହ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନୋରୀ ଡିଜିଜ୍ ସହ ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।
AN URGENT CALL FOR HELP! #CINTAA Member Shivkumar Verma is suffering from COPD and is also suspected of COVID-19. He is in need of urgent funds for hospital expenses. We humbly urge you to please help by donating whatever you can @amitbehl @akshaykumar @TeamAkshay @iamvidyabalan pic.twitter.com/DIZYvcZaOW
— CINTAA_Official (@CintaaOfficial) December 2, 2020
AN URGENT CALL FOR HELP! CINTAA Member Shivkumar Verma is suffering from COPD and is also suspected of COVID-19. He is in need of urgent funds for hospital expenses. We humbly urge you to please help by donating whatever you can @actormanojjoshi @amitbehl @BeingSalmanKhan pic.twitter.com/4MYcEtmBIN
— CINTAA_Official (@CintaaOfficial) December 2, 2020
ହସ୍ପିଟାଲରେ ତାଙ୍କର ଚିକିତ୍ସା ପାଇଁ ହେଉଥିବା ଖର୍ଚ୍ଚକୁ ପରିବାର ଲୋକେ ବହନ କରିପାରୁନାହାନ୍ତି। ଏଭଳି ସ୍ଥିତିରେ ତାଙ୍କର ଖର୍ଚ୍ଚ ପାଇଁ ସହାୟତା କରିବାକୁ କହିଛି CINTAA। ଆସୋସିଏସନ୍ ତା’ର ଟୁଇଟରେ ମନୋଜ ଯୋଶୀ, ସଲମାନ୍, ଅକ୍ଷୟ କୁମାର ଓ ବିଦ୍ୟା ବାଲାନଙ୍କ ଭଳି ଷ୍ଟାରଙ୍କୁ ଟ୍ୟାଗ୍ କରିଛି।
ସୂଚନାଯୋଗ୍ୟ, ଶିବକୁମାର ଅନେକ ଟିଭି ଏବଂ ଫିଲ୍ମରେ କାମ କରିଛନ୍ତି। ସେ ବାଜି ଜିନ୍ଦେଗୀ ଓ ହଲ୍ଲା ବୋଲ୍ ଫିଲ୍ମରେ ଅଭିନୟ କରିଛନ୍ତି।
The post ଭେଣ୍ଟିଲେଟରରେ ଭେଟେରାନ୍ ଅଭିନେତା ଶିବକୁମାର appeared first on Odisha Reporter.
from Odisha Reporter https://ift.tt/3g09Bnd
No comments:
Post a Comment