ଭେଣ୍ଟିଲେଟରରେ ଭେଟେରାନ୍ ଅଭିନେତା ଶିବକୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 2, 2020

ଭେଣ୍ଟିଲେଟରରେ ଭେଟେରାନ୍ ଅଭିନେତା ଶିବକୁମାର

ମୁମ୍ବାଇ: ବଲିଉଡ୍‌ର ଆଉଜଣେ ଜଣାଶୁଣା ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ସେ ହେଉଛନ୍ତି ଶିବକୁମାର ବର୍ମା। ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ୍ (CINTAA) ଏହାର ସୂଚନା ଦେଇଛି ଏବଂ ଆର୍ଥିକ ସହାୟତା ପାଇଁ ଅପିଲ୍ କରିଛି।

CINTAA ଟୁଇଟ୍ କରି କହିଛି, ଶିବ କୁମାର ବର୍ମା କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନୋରୀ ଡିଜିଜ୍ (COPD) ରୋଗରେ ଆକ୍ରାନ୍ତ ହୋଇଛନ୍ତି ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ଏହାସହ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନୋରୀ ଡିଜିଜ୍ ସହ ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

ହସ୍ପିଟାଲରେ ତାଙ୍କର ଚିକିତ୍ସା ପାଇଁ ହେଉଥିବା ଖର୍ଚ୍ଚକୁ ପରିବାର ଲୋକେ ବହନ କରିପାରୁନାହାନ୍ତି। ଏଭଳି ସ୍ଥିତିରେ ତାଙ୍କର ଖର୍ଚ୍ଚ ପାଇଁ ସହାୟତା କରିବାକୁ କହିଛି CINTAA। ଆସୋସିଏସନ୍ ତା’ର ଟୁଇଟରେ ମନୋଜ ଯୋଶୀ, ସଲମାନ୍, ଅକ୍ଷୟ କୁମାର ଓ ବିଦ୍ୟା ବାଲାନଙ୍କ ଭଳି ଷ୍ଟାରଙ୍କୁ ଟ୍ୟାଗ୍ କରିଛି।

ସୂଚନାଯୋଗ୍ୟ, ଶିବକୁମାର ଅନେକ ଟିଭି ଏବଂ ଫିଲ୍ମରେ କାମ କରିଛନ୍ତି। ସେ ବାଜି ଜିନ୍ଦେଗୀ ଓ ହଲ୍ଲା ବୋଲ୍ ଫିଲ୍ମରେ ଅଭିନୟ କରିଛନ୍ତି।

The post ଭେଣ୍ଟିଲେଟରରେ ଭେଟେରାନ୍ ଅଭିନେତା ଶିବକୁମାର appeared first on Odisha Reporter.



from Odisha Reporter https://ift.tt/3g09Bnd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages