ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରର ନୂଆ କୃଷି ଆଇନ୍ ଉଚ୍ଛେଦ ଦାବିରେ ଦେଶର ଚାଷୀ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଦେଶବ୍ୟାପୀ ପ୍ରତୀକାତ୍ମକ ଆନ୍ଦୋଳନ ଓ ବିକ୍ଷୋଭ କରିବେ ଚାଷୀ । ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ରାଜଧାନୀ ସମେତ ରାଉରକେଲା ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ସକାଳୁ ରାସ୍ତାକୁ ଓହ୍ଲାଇ ଆସିଲେଣି।
ରାୟଗଡା ଜିଲ୍ଲା ଗୁଣପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ଶ୍ରମିକ ସଂଗଠନ ଓ ବାମଦଳ ପକ୍ଷରୁ ରାସ୍ତା ଅବରୋଧ ସହ ବିକ୍ଷୋଭ ପ୍ରଦର୍ଶୀତ ହୋଇଛି । ସେହିପରି ଭୁବନେଶ୍ୱର ରେଳ ଷ୍ଟେସନରେ ମଧ୍ୟ ରେଳରୋକ କରାଯାଇଛି ।
ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରୁଥିବା ବେଳେ ରାସ୍ତାରେ ଗାଡ଼ିମୋଟର ଛିଡ଼ା ହୋଇଛି। ହି ତେବେ ଆନ୍ଦୋଳନରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି ।
ଚାଷୀଙ୍କ ଧର୍ମଘଟକୁ ସମର୍ଥନ କରିଛନ୍ତି କଂଗ୍ରେସ, ଏନ୍ସିପି, ଆପ୍, ଡିଏମ୍କେ, ଶିବସେନା ସମେତ ଅଧିକାଂଶ ବିରୋଧୀ ଦଳ। ଏଣେ ପ୍ରସ୍ତାବିତ ଆନ୍ଦୋଳନକୁ ବିଶାଳକାୟ କରିବାକୁ ପୁରା ଦେଶରୁ ବଳ ଯୋଗାଡ଼ୁଛନ୍ତି ଚାଷୀ ସଂଗଠନ।
ଡିସେମ୍ବର ୫ରେ ସରକାରଙ୍କ ସହ ବିନା ନିସ୍କର୍ଷରେ ଆଲୋଚନା ଶେଷ ହୋଇଥିବାରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଐତିହାସିକ କରି ସରକାରଙ୍କ ଉପରେ ଚାପ ସୃଷ୍ଟି ଯୋଜନାରେ ଅଛନ୍ତି ଚାଷୀ ।
The post ଭାରତ ବନ୍ଦର ପ୍ରଭାବ; ରାଜ୍ୟରେ ସକାଳୁ ସକାଳୁ ଅଖ, ଚକ ବନ୍ଦ appeared first on Odisha Reporter.
from Odisha Reporter https://ift.tt/3lQEmfH
No comments:
Post a Comment