କରୋନାରେ ଆକ୍ରାନ୍ତ ହେଲେ ଆଉ ଜଣେ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 7, 2020

କରୋନାରେ ଆକ୍ରାନ୍ତ ହେଲେ ଆଉ ଜଣେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ସେଲିବ୍ରିଟିଙ୍କ ପିଛା ଛାଡୁନି କରୋନା । ଜଣଙ୍କ ପରେ ଜଣେ ଅଭିନେତା ତଥା ଅଭିନେତ୍ରୀଙ୍କୁ କରୋନା ଆକ୍ରାନ୍ତ କରୁଛି । ଅଭିନେତା ବରୁଣ ଧୱନ ଓ ନୀତୁ କପୁରଙ୍କ ପରେ ଏବେ ଆଉ ଜଣେ ଅଭିନେତ୍ରୀ କରୋନା କବଳରେ ଫସିଛନ୍ତି । ବି-ଟାଉନର ଜଣେ ଜଣାଶୁଣା ଅଭିନେତ୍ରୀ ଏହି ମାରାତ୍ମକ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ।

ରାବ୍‌ତା ଗାର୍ଲ କ୍ରିତି ସାନନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସୋମବାର ସେ କରୋନା ପଜିଟିଭ ହୋଇଥିବା ନେଇ ତାଙ୍କର ଜଣେ ବ୍ୟକ୍ତିଗତ ସୂତ୍ରରୁ ଜଣାପଡିଛି । କିନ୍ତୁ କ୍ରିତି ନିଜେ ଏନେଇ କୌଣସି ସୂଚନା ଦେଇନାହାନ୍ତି । ତାଙ୍କର କ’ଣ ସବୁ କରୋନା ଲକ୍ଷଣ ରହିଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା କିଭଳି ରହିଛି ସେ ନେଇ ମଧ୍ୟ କିଛି ଖବର ସାମ୍ନାକୁ ଆସିନାହିଁ ।

କ୍ରିତି ତାଙ୍କ ଅପକମିଂ ଫିଲ୍ମ ପାଇଁ ଚଣ୍ଡିଗଡ ଶୁଟିଂ ପାଇଁ ଯାଇଥିଲେ । ତାଙ୍କ ସହ ଅଭିନେତା ରାଜକୁମାର ରାଓ ମଧ୍ୟ ଥିଲେ । ଗୋଟିଏ ଦିନ ପୂର୍ବରୁ ହିଁ ସେ ତାଙ୍କ ଶୁଟିଂ ସେଡ୍ୟୁଲ ପୂରଣ କରି ମୁମ୍ବାଇ ଫେରିଛନ୍ତି । ଏହାପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଶୁଣିବାକୁ ମିଳିଛି ।

କ୍ରିତିଙ୍କୁ ଶେଷଥର ପାଇଁ ସଞ୍ଜୟ ଦତ୍ତଙ୍କ ଫିଲ୍ମ `ପାନିପତ’ରେ ଦେଖିବାକୁ ମିଳିଥିଲା। ଏବେ ଆଗକୁ ତାଙ୍କର `ମିମି’ ଫିଲ୍ମ ଆସୁଛି । ଏହି ଫିଲ୍ମରେ କ୍ରିତିଙ୍କୁ ସରୋଗେଟ ମଦର ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ତାଙ୍କ ସହ ପଙ୍କଜ ତ୍ରିପାଠୀ ଏବଂ ସଇ ତମହାନକର ନଜର ଆସିବେ । ଏହା ବ୍ୟତୀତ କ୍ରିତିଙ୍କ ହାତରେ  ପ୍ରଭାସଙ୍କ `ଆଦିପୁରୁଷ’ ଏବଂ ଅକ୍ଷୟ କୁମାରଙ୍କ `ବଚ୍ଚନ ପାଣ୍ଡେ’ ଭଳି ୨ଟି ବିଗ୍‌ବଜେଟ ମୁଭି ରହିଛି ।

The post କରୋନାରେ ଆକ୍ରାନ୍ତ ହେଲେ ଆଉ ଜଣେ ଅଭିନେତ୍ରୀ appeared first on Odisha Reporter.



from Odisha Reporter https://ift.tt/3lQipgx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages