ପୁଣି କଙ୍ଗନା-ଦିଲଜିତ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 12, 2020

ପୁଣି କଙ୍ଗନା-ଦିଲଜିତ ମୁହାଁମୁହିଁ

ମୁମ୍ବାଇ: ପୁଣି ମୁହାଁମୁହିଁ ହୋଇଛନ୍ତି ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାୱତ ଏବଂ ଦିଲଜିତ ଦୋସାଞ୍ଜ । କୃଷକ ଆନ୍ଦୋଳନକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଟ୍ୱିଟ ୱାର ସରିବାର ନାଁ ଧରୁନି । ଏବେ ପୁଣି ଦୁହେଁ ସୋଶାଲ ମିଡିଆରେ ଆମ୍ନାସାମ୍ନା ହୋଇଛନ୍ତି ।

ନିକଟରେ କଙ୍ଗନା ରଣାୱତ, ଦିଲଜିତ ଦୋସାଞ୍ଜଙ୍କୁ ନେଇ ସୋଶାଲ ମିଡିଆରେ ଏକ ଟିପ୍ପଣୀ କରିଥିଲେ । ଟ୍ୱିଟରରେ କଙ୍ଗନା ତାଙ୍କର କିଛି ଫଟୋ ସହ ନିଜର ପୁରା ଦିନଚର୍ଯ୍ୟା ଶେଆର କରିଥିଲେ । ପରେ ଏହି ପୋଷ୍ଟକୁ ସେ ଦିଲଜିତଙ୍କୁ ଟ୍ୟାଗ କରି ପଞ୍ଜାବୀ ଭାଷାରେ ପଚାରିଥିଲେ “ଦିଲଜିତ କେଉଁଠି ଅଛ?”


କଙ୍ଗନାଙ୍କ ଏହି ଟ୍ୱିଟକୁ ନେଇ ଏବେ ଦିଲଜିତ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କଙ୍ଗନା ପ୍ରଶ୍ନର ଉତ୍ତର ମଜାଳିଆ ଢ଼ଙ୍ଗରେ ଦେଇଛନ୍ତି । ଦିଲଜିତ ମଧ୍ୟ ପଞ୍ଜାବୀ ଭାଷାରେ ଉତ୍ତର ଦେଇ ଲେଖିଛନ୍ତି, ମୁଁ ସକାଳୁ ଉଠି ଜିମ ଗଲି, ପରେ ପୁରା ଦିନ କାମ କଲି, ଏଇ ନିଅ ମୋର ପୁରା ଦିନର ସେଡ୍ୟୁଲ ଫାଡି ଦିଅ, ଯାହା କରିବାର ଅଛି କର।” ଏହାକୁ ନେଇ ଦିଲଜିତ ପୁଣି ଥରେ ଚର୍ଚ୍ଚକୁ  ଆସିଛନ୍ତି ।  ତାଙ୍କର ଏହି ଟ୍ୱିଟ ଜୋରସୋରେ ଭାଇରାଲ ହେବାରେ ଲାଗିଛି । ଲୋକେ ସୋଶାଲ ମିଡିଆରେ ଏହି ବଲିଉଡ ଷ୍ଟାରଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି ।


ସୂଚନାଯୋଗ୍ୟ ଯେ, କଙ୍ଗନା ଓ ଦିଲଜିତଙ୍କ ମଧ୍ୟରେ ଟ୍ୱିଟ ୱାର ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ କଙ୍ଗନା କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ ବୟସ୍କ ମିହଳାଙ୍କ ତୁଳନା ସାହିନବାଗ ଆନ୍ଦୋଳନରେ ସାମିଲ ହୋଇଥିବା ବିଲକିଶ ବାନୋଙ୍କ ସହ କରିଥିଲେ । କେବଳ ସେତିକି ୧୦୦ ଟଙ୍କାରେ ବୟସ୍କ ମହିଳା ଜଣକ ଯେକୌଣସି ପ୍ରଦର୍ଶନରେ ପହଁଚିଯା’ନ୍ତି ବୋଲି କଙ୍ଗନା କହିଥିଲେ । ଏହାପରେ ଚାରିଆଡୁ କଙ୍ଗନାଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ସମାଲୋଚନା କରାଯାଇଥିଲା । ସମସ୍ତେ ତାଙ୍କୁ ନିନ୍ଦା କରିବା ସହ ଟ୍ୱିଟରରେ ଆରମ୍ଭ ହୋଇଥିଲା ଯୁଦ୍ଧ ।

The post ପୁଣି କଙ୍ଗନା-ଦିଲଜିତ ମୁହାଁମୁହିଁ appeared first on Odisha Reporter.



from Odisha Reporter https://ift.tt/37eFZzD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages