ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ ଶାତଶୁଳିଆ ଠାରେ ଆଜି ଡମ୍ପର ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ଗୋଟିଏ ପରିବାରର ଓ ସଂପର୍କରେ ଦୁଇ ଭାଇ ହୋଇଥିବା ବେଳେ ଜଣେ ନାବାଳକ ଥିଲେ।
ମୃତକ ଦ୍ୱୟ ହେଲେ ଈଶ୍ୱର ଦାସ ଓ ସ୍ୱାଧୀନ ଦାସ। ସ୍ୱାଧୀନ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ସେହିପରି ଈଶ୍ୱରଙ୍କୁ ୧୮ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି। ସେମାନଙ୍କ ଘର ଜଳେଶ୍ୱରର ବାଣିଦା ଅଞ୍ଚଳରେ।
ଆଜି ସକାଳ ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଈଶ୍ୱର ଓ ସ୍ୱାଧୀନ ବାଇକ୍ ଯୋଗେ ସେମାନଙ୍କର କୌଣସି ସଂପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଶାତଶୁଳିଆ ଠାରେ ୫୭ ନମ୍ବର ରାଜ୍ୟ ରାଜପଥରେ ଡମ୍ପରଟି ସେମାନଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।
ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ହମ୍ପ୍ସ ନିର୍ମାଣ କରିବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଲୋକେ ଦାବି କରିଛନ୍ତି। କମର୍ଦା ପୁଲିସ୍ ଲୋକମାନଙ୍କୁ ବୁଝାସୁଝା କରୁଛି। ଦୁର୍ଘଟଣା ପରେ ଡମ୍ପର ଛାଡ଼ି ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲେ।
The post ବାଇକ୍ରେ ଯାଉଥିବା ବେଳେ ଦୁଇ ଭାଇଙ୍କୁ ପିଟି ଦେଲା ଡମ୍ପର appeared first on Odisha Reporter.
from Odisha Reporter https://ift.tt/3a5kSS9
No comments:
Post a Comment