ଚେନ୍ନାଇ/ଥିରୁଅନନ୍ତପୁରମ: ଆଜି ଅପରାହ୍ନରେ ସାମୁଦ୍ରିକ ଝଡ଼ ‘ବୁରେଭି’ ସ୍ଥଳ ଭାଗ ଛୁଇଁବ। ଏଥିପାଇଁ କେରଳ ଏବଂ ତାମିଲନାଡୁ ହାଇ ଆଲର୍ଟରେ ରହିଛି। କେରଳର ଥିରୁଅନନ୍ତପୁରମରେ ବୁରେଭି ସ୍ଥଳ ଭାଗ ଛୁଇଁବ ବୋଲି ଜଣାପଡ଼ିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ତେବେ ଗୁରୁବାର ପାଖରେ ତାମିଲନାଡୁ, ପୁଡୁଚେରୀ ଆଦିରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିବା ସୂଚନା ରହିଛି। ଏହାକୁ ନଜରରେ ରଖି ତାମିଲନାଡୁର ୬ଟି ଜିଲ୍ଲା ଏବଂ କେରଳର ୫ ଜିଲ୍ଲାକୁ ଛୁଟି ଘୋଷଣା କରିଛନ୍ତି ସଂପୃକ୍ତ ରାଜ୍ୟ ସରକାର।
ପରିସ୍ଥିତିର ମୁକାବିଲା ପାଇଁ କେରଳ ପ୍ରାକୃତିକ ବିପର୍ଯ୍ୟୟ ଟିମର ମୁଖ୍ୟଙ୍କ ସହ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ବୈଠକ କରିଥିଲେ। ଏହାପରେ ଥିରୁଅନନ୍ତପୁରମ୍, କୋଲ୍ଲମ, ପଠାନମଥିଟ୍ଟା, ଅଲାପୁଜ୍ଝା, କୋଟାୟାମ ଏବଂ ଇଡୁକିରେ ଏନଡିଆରଏଫ ଟିମ୍ ନିୟୋଜିତ ହୋଇଥିବାବେଳେ ଜରୁରୀକାଳୀନ ସେବା ପାଇଁ ପ୍ରତିରକ୍ଷା ବାହିନୀକୁ ଆଲର୍ଟରେ ରଖାଯାଇଛି। ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶୃତି ଦେଇଛନ୍ତି। ଥିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦର ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡ଼ିଛି।
ସେହିପରି ବୁରେଭିକୁ ଦୃଷ୍ଟିରେ ରଖି ତାମିଲନାଡୁର ୬ଟି ଜିଲ୍ଲାକୁ ଛୁଟି ଘୋଷଣା କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ‘ବିରୁଧୁନଗର, ରାମନାଥପୁରମ୍, ତିରୁନେଲଭେଲି, ତୁତୁକୋଡି, ଟ୍ୟାଙ୍କସି ଏବଂ କନ୍ୟାକୁମାରୀ। ସମ୍ବେଦନଶୀଳ ସ୍ଥାନରେ ରହୁଥିବା ଲୋକ ମାନଙ୍କୁ ସରକାର ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରିଛନ୍ତି। ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।
The post ଅପରାହ୍ନରେ ସ୍ଥଳ ଭାଗ ଛୁଇଁବ ସାମୁଦ୍ରିକ ଝଡ଼ ‘ବୁରେଭି’ appeared first on Odisha Reporter.
from Odisha Reporter https://ift.tt/2JIky0H
No comments:
Post a Comment