ବିଜେପି ନେତାଙ୍କ ଟାର୍ଗେଟରେ କଙ୍ଗନା, କହିଲେ- କ୍ଷମା ମାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 3, 2020

ବିଜେପି ନେତାଙ୍କ ଟାର୍ଗେଟରେ କଙ୍ଗନା, କହିଲେ- କ୍ଷମା ମାଗ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ପଞ୍ଜବାରେ ଚାଲିଥିବା କୃଷି ଆନ୍ଦୋଳନକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି । କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧ ଚାଲିଥିବା କୃଷକଙ୍କ ଆନ୍ଦୋଳନକୁ ବିରୋଧ କରି ସେ ସମାଲୋଚନାର ଶିକାର ହୋଇଛନ୍ତି । କେବଳ ସେତିକି ନୁହେଁ, ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ ବୃଦ୍ଧ ମହିଳଙ୍କ ବିରୋଧରେ ଟ୍ୱିଟ କରି ସେ ପୁଣି ଥରେ ବିବାଦ ଘେରକୁ ଟାଣି ହୋଇଛନ୍ତି ।  ବଲିଉଡ ଠାରୁ ଆରମ୍ଭ କରି ରାଜନେତା, ସମସ୍ତେ ତାଙ୍କୁ ନିନ୍ଦା କରିଛନ୍ତି ।

କଙ୍ଗନାଙ୍କ ବିରୋଧରେ ଚାଲିଥିବା ଟ୍ୱିଟ୍ ୱାରରେ ଏବେ ଜଣେ ବିଜେପି ନେତା ସାମିଲ ହୋଇଛନ୍ତି । ବୃଦ୍ଧ ମହିଳାଙ୍କ ବିରୋଧରେ କଙ୍ଗନା ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ସେ ତାଙ୍କୁ ଟାର୍ଗେଟ କରିଛନ୍ତି । ଦଳରର ରାଷ୍ଟ୍ରୀୟ ମୁଖପାତ୍ର ଆର୍‌.ପି ସିଂହ ଟ୍ୱିଟ୍ କରି କଙ୍ଗନାଙ୍କୁ ସର୍ବସମ୍ମୁଖରେ କ୍ଷମା ମାଗିବା ପାଇଁ କହିଛନ୍ତି । ସେ କହିଛନ୍ତି, ମୁଁ ଆପଣଙ୍କ ସାହାସ ଏବଂ ଅଭିନୟକୁ ସମ୍ମାନ କରେ । କିନ୍ତୁ ମୋ ମା’ ସମାନ ଜଣଆ ମହିଳାଙ୍କୁ କିଏ ଯଦି ଅପମାନ କରେ, ତା’ହେଲେ ମୁଁ ବରଦାସ୍ତ କରିବି ନାହିଁ । ତେଣୁ ଆପଣ ଏହି କାର୍ଯ୍ୟ ପାଇଁ ସର୍ବସାଧାରଣରେ କ୍ଷମା ମାଗନ୍ତୁ।


ସେହିପରି କଙ୍ଗନାଙ୍କ ଟ୍ୱିଟ୍‌କୁ ନେଇ ବଲିଉଡ ଗାୟକ ମିକା ସିଂ ଏବଂ ଅଭିନେତା ଦିଲଜିତ ଦୋସାଞ୍ଜ ମଧ୍ୟ କଙ୍ଗନାକୁ ସମାଲୋଚନା କରିଛନ୍ତି । ମିକା ସିଂ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେହି ବୃଦ୍ଧ ମହିଳାଙ୍କ ଫଟୋକୁ ଶେଆର କରି ଲେଖିଛନ୍ତି, କଙ୍ଗନାଙ୍କୁ ମୁଁ ବେଶ୍ ସମ୍ମାନ କରୁଥିଲି । କିନ୍ତୁ ମୁଁ ଭାବୁଛି ମୋ ଧାରଣା ଭୁଲ୍ ଥିଲା । ତମେ ଜଣେ ମହିଳା ଭାବେ ଜଣେ ବୃଦ୍ଧାଙ୍କୁ ସମ୍ମାନ ଦେବା ଉଚିତ। ଯଦି ତୁମ ପାଖରେ ଟିକେ ବି ସଭ୍ୟତା ଅଛି ତେବେ କ୍ଷମା ମାଗ ବୋଲି ସେ କହିଛନ୍ତି ।


ସେହିପରି ଅଭିନେତା ଦିଲଜିତ ଦୋସାଞ୍ଜ ମଧ୍ୟ କଙ୍ଗନାଙ୍କ ଟ୍ୱିଟ ବିରୋଧରେ ସ୍ୱର ଉଠାଇଛନ୍ତି । ଏପରିକି କଙ୍ଗନା ଏବଂ ଦିଲଜିତଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଏକ ପ୍ରକାର ମହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଯେଉଁ ମହିଳାଙ୍କ ବିରୋଧରେ କଙ୍ଗନା ଟ୍ୱଟ କରିଥିଲେ ସେହି ବୃଦ୍ଧ ମହିଳା ତଥା ମୋହିନ୍ଦର କୌର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ମୁତାବକ ମୋହିନ୍ଦର କହିଛନ୍ତି, ୧୦୦ ଟଙ୍କାରେ ବିକ୍ଷୋଭ କରିବାକୁ ମୁଁ ପହଞ୍ଚିଯାଏ ବୋଲି ଜଣେ ଅଭିନେତ୍ରୀ କହିଛନ୍ତି। ଏହା ଲଜ୍ଜାଜନକ କଥା। ମୋର ୧୦୦ ଟଙ୍କା କ’ଣ ହେବ?

ସୂଚନାଯୋଗ୍ୟ, CAA ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବା ବିଲକିସ୍ ବାନୋଙ୍କ ସହ ମୋହିନ୍ଦର କୌରଙ୍କୁ କଙ୍ଗନା ତୁଳନା କରିଥିଲେ। ଏଥିସହିତ ଥଟ୍ଟା କରି ଲେଖିଥିଲେ ଯେ, ସେ ୧୦୦ ଟଙ୍କା ଦେଲେ ସବୁଠିକୁ ବିକ୍ଷୋଭ କରିବାକୁ ପହଞ୍ଚିଯା’ନ୍ତି। ଏହାପରେ କଙ୍ଗନାକୁ ଏହି ବିବାଦୀୟ ଟ୍ୱିଟକୁ ନେଇ ଜୋରଦାର ଟ୍ୱିଟ ୱାର ଆରମ୍ଭ ହୋଇଛି । ଚାରିଆଡୁ ତାଙ୍କୁ ନିନ୍ଦା କରାଯାଉଛି ।

The post ବିଜେପି ନେତାଙ୍କ ଟାର୍ଗେଟରେ କଙ୍ଗନା, କହିଲେ- କ୍ଷମା ମାଗ appeared first on Odisha Reporter.



from Odisha Reporter https://ift.tt/3gc9wN9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages