ସମସ୍ତଙ୍କୁ ପଛରେ ପକାଇ ସଞ୍ଜନା ନମ୍ବର ୱାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 5, 2020

ସମସ୍ତଙ୍କୁ ପଛରେ ପକାଇ ସଞ୍ଜନା ନମ୍ବର ୱାନ୍

ମୁମ୍ବାଇ: ସମସ୍ତଙ୍କୁ  ପଛରେ ପକାଇଲେ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଅଭିନେତ୍ରୀ ସଞ୍ଜନା ସାଙ୍ଘଭି । ତାଲିକାର ନମ୍ବର ୱାନ ଲିଷ୍ଟରେ ସାମିଲ ହେଲେ ସଞ୍ଜନା । IMDB ବ୍ରେକଆଉଟ ଷ୍ଟାର୍ସ ଲିଷ୍ଟର ଶୀର୍ଷରେ ସ୍ଥାନ ପାଇଛନ୍ତି ସଞ୍ଜନା । ବଡ ବଡ ଅଭିନେତ୍ରୀଙ୍କୁ ପଛରେ ପକାଇ ସେ ହୋଇଛନ୍ତି ନମ୍ବର ୱାନ ।

ଫିଲ୍ମ ଏବଂ ୱେବ ସିରିଜରେ ଜବରଦସ୍ତ ଅଭିନୟ କରିଥିବା ଅଭିନେତା ଓ ଅଭିନତ୍ରୀକୁ ନେଇ ତିଆରି ହୋଇଥିବା IMDBର ବ୍ରେକଆଉଟ୍ ଲିଷ୍ଟକୁ ଗତ ଗୁରୁବାର ଜାରି କରାଯାଇଥିଲା । ଏହି ତାଲିକାର ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ଦିବଙ୍ଗତ ଅଭିନେତା ସୁଶାନ୍ତଙ୍କ ହିରୋଇନ ସଞ୍ଜନା । ଏହି ଉପଲବ୍ଧି ପାଇଁ ସଞ୍ଜନା IMDBକୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ସୋଶାଲ ମିଡିଆରେ ସେ ଏକ ପୋଷ୍ଟ ମଧ୍ୟ ସେଆର କରିଛନ୍ତି ।

 

View this post on Instagram

 

A post shared by Sanjana Sanghi (@sanjanasanghi96)


ଏଥିରେ ସଞ୍ଜନା ଲେଖିଛନ୍ତି, ମୁଁ ଏହି ସମ୍ମାନ ପାଇ ବେଶ ଖୁସି । ଚଳିତ ବର୍ଷର ନମ୍ବର ୱାନ ବ୍ରେକଆଉଟ ଷ୍ଟାର ବନିବା ମୋ ପାଇଁ କୌଣସି ସ୍ୱପ୍ନ ଠାରୁ କମ ନୁହଁ  ବୋଲି ସେ କହିଛନ୍ତି । ଏଥିସହ ସେ ତାଙ୍କ ଫ୍ୟାନମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଆପଣଙ୍କ ବିନା ଏ ସବୁ ସମ୍ଭବପର ନଥିଲା । ମୋର ଟ୍ୟାଲେଣ୍ଟକୁ ଚିହ୍ନିଥିବା ଯୋଗଁ ଆପଣମାନଙ୍କୁ ଧନ୍ୟବାଦ ବୋଲି ସଞ୍ଜନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ତାଲିକାରେ ସଞ୍ଜନାଙ୍କ ବ୍ୟତୀତ ‘ମିର୍ଜାପୁର୨’ ଫେମ ଇଶା ତଲୱାର, ହର୍ଷିତା ଗୌର, ସ୍ୱସ୍ତିକା ମୁଖାର୍ଜୀ ଏବଂ ଆହାନା କୁମାରଙ୍କ ଭଳି ଅଭିନେତ୍ରୀଙ୍କ ନାଁ ସାମିଲ ଅଛି ।

ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ରେ ସଞ୍ଜନା ଲିଡ ରୋଲରେ ନଜର ଆସିଥିଲେ । ଏଥିରେ ତାଙ୍କୁ ଜଣେ କ୍ୟାନସର ପୀଡିତ ଯୁବତୀ ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟି  IMDBର ସବୁ ରେକର୍ଡ ଭାଙ୍ଗି ଦେଇଥିଲା ଏବଂ ଫିଲ୍ମକୁ ସବୁଠୁ ଅଧିକ ରେଟିଂ ମିଳିଥିଲା ।

The post ସମସ୍ତଙ୍କୁ ପଛରେ ପକାଇ ସଞ୍ଜନା ନମ୍ବର ୱାନ୍ appeared first on Odisha Reporter.



from Odisha Reporter https://ift.tt/2VF30Fr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages