ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଶତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 26, 2020

ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଶତକ

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଇନିଂସରେ ଶତକ ହାସଲ କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ଆଜିଙ୍କ୍ୟ ରାହାଣେ। ତାଙ୍କ ସମ୍ମୁଖରେ ଚାରୋଟି ୱିକେଟ୍ ଖସି ଯାଇଥିଲେ ମଧ୍ୟ ସେ ଧୈର୍ଯ୍ୟ ଧରି ଖେଳିଥିଲେ ଓ ୧୯୫ଟି ବଲ୍‌ରେ ୧୦୦ ରନ୍ କରିଥିଲେ। ଏହା ମଧ୍ୟରେ ରହିଛି ୧୧ଟି ଚୌକା। ଏହାକୁ ମିଶାଇ ଟେଷ୍ଟରେ ଆଜିଙ୍କ୍ୟ ୧୨ଟି ଶତକ ମାରିଲେଣି।

ଖବର ଲେଖାଯିବା ସୁଦ୍ଧା ଦଳ ୯୧ ଓଭରରେ ୨୭୬ ରନ୍ କରିଛି। ଆଜିଙ୍କ୍ୟ ୧୦୪ ରନ୍ କରି ଅପରାଜିତ ଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୪୦ ରନ୍ କରିଛନ୍ତି। ଏହା ସହିତ ଦଳ ଅଷ୍ଟ୍ରେଲିଆ ଠାରୁ ୮୧ ରନ୍‌ର ଅଗ୍ରଣୀ ହାସଲ କରିସାରିଛି।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗତକାଲି ତା’ର ପ୍ରଥମ ଇନିଂସରେ ୧୯୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଅନ୍ୟପକ୍ଷରେ ଭାରତୀୟ ଦଳ ଗତକାଲି ଗୋଟିଏ ୱିକେଟ୍‌ ହରାଇ ୩୬ ରନ୍ କରିଥିବା ବେଳେ ଆଜି ଆଉ ଚାରୋଟି ୱିକେଟ୍ ହରାଇ ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ସ୍କୋରକୁ ଅତିକ୍ରମ କରି ଯାଇଛି।

ଗତକାଲି ଓପନର ମୟଙ୍କ ଅଗ୍ରୱାଲ ଶୂନରେ ଆଉଟ୍ ହୋଇଥିଲେ। ତେବେ ଷ୍ଟମ୍ପ ଅପସାରଣ ସୁଦ୍ଧା ଶୁବମନ ଗିଲ୍‌ ଓ ଚେତେଶ୍ୱର ପୂଜାରା କ୍ରିଜ୍‌ରେ ରହିଥିଲେ। ଶୁବମନ ୨୮ ରନ୍ କରିଥିଲେ ଓ ଚେତେଶ୍ୱର ୭ ରନ୍ କରିଥିଲେ। ଆଜି ଶୁବମନ ତାଙ୍କ ଖାତାରେ ଆଉ ୧୭ ରନ୍ ଯୋଡ଼ିଥିଲେ। ସେ ୪୫ ରନ୍ କରି ପ୍ୟାଟ୍ କମିନ୍ସଙ୍କ ବଲ୍‌ରେ ଟିମ୍ ପେନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ପ୍ରଥମ ଟେଷ୍ଟ ଭଳି ଏଥର ବି ଚେତେଶ୍ୱର କିଛି କମାଲ କରିପାରିଲେ ନାହିଁ। ସେ ଆଜି ତାଙ୍କ ଖାତାରେ ମାତ୍ର ୧୦ ରନ୍ ଯୋଡ଼ି ଆଉଟ୍ ହୋଇଥିଲେ। ୭୦ଟି ବଲ୍ ଖେଳି ୧୭ ରନ୍ କରିଥିବା ବେଳେ ପ୍ୟାଟ କମିନ୍ସଙ୍କ ବଲରେ ଟିମ୍ ପେନ୍‌ଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍ ହୋଇଥିଲେ।

ହନୁମା ବିହାରୀ ୬୬ଟି ବଲ୍ ଖେଳି ୨୧ ରନ୍ କରିଥିଲେ। ସେ ନାଥନ ଲିୟନଙ୍କ ବଲରେ ଷ୍ଟିଭ୍ ସ୍ମିଥ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଋଷଭ ପନ୍ଥ ବି କିଛି କମାଲ କରିପାରି ନଥିଲେ। ସେ ୪୦ ବଲରୁ ୩ଟି ଚୌକା ସାହାଯ୍ୟରେ ୨୯ ରନ୍ କରିଥିଲେ। କିନ୍ତୁ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ମିଚେଲ ଷ୍ଟାର୍କଙ୍କ ବଲରେ ଟିମ୍ ପେନ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ ହୋଇଥିଲେ।

The post ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଶତକ appeared first on Odisha Reporter.



from Odisha Reporter https://ift.tt/3nW6T5o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages