ଅନୁଗୁଳ(ବିରଜା ପ୍ରସାଦ ଦାସ): ରାତି ଅଧରେ ବନ୍ଧୁକ ମୁନରେ ୨ ସୁପରଭାଇଜରଙ୍କୁ ଅପହରଣ କରିନେଲେ। ଅପହରଣକାରୀମାନେ ହିନ୍ଦୀରେ କଥାବାର୍ତ୍ତା ହେଉଥିବା ବେଳେ ସେମାନେ କିଏ ଓ କେଉଁଠୁ ଆସିଥିଲେ ଓ କ’ଣ ପାଇଁ ଅପହରଣ କଲେ ସେ ନେଇ କିଛି ଟେର ପାଉନି ପୁଲିସ୍। ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର କମ୍ପରକେଳା-ତିମି ରାସ୍ତା ନିର୍ମାଣରେ ନିୟୋଜିତ ସ୍ୱାଇଁ ଆଣ୍ଡ କୋ କଂପାନିର ୨ ସୁପରଭାଇଜରଙ୍କ ଅପହରଣ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି।
ଠିକା ସଂସ୍ଥାର ମ୍ୟାନେଜରଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ଗୋଟାଏ ପରେ ୧୦ରୁ ୧୨ ଜଣ ରାସ୍ତା ନିର୍ମାଣ ପାଇଁ ହୋଇଥିବା କ୍ୟାମ୍ପ ପାଖରେ ପହଞ୍ଚିଥିଲେ। ସେଠାରେ ଠିକାଦାର, ହେଲପରଙ୍କୁ ମିଶାଇ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ କର୍ମଚାରୀ ରହୁଥିବା ବେଳେ କିଏ କ’ଣ କରୁଛ ବୋଲି ହିନ୍ଦୀରେ ପଚାରିଥିଲେ। ଏହାପରେ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ୨ ସୁପରଭାଇଜର ସନାତନ ବେହେରା ଓ ନରୋତ୍ତମ ବିଶ୍ୱାଳଙ୍କୁ ୨ଟି ଗାଡ଼ିରେ ଉଠାଇ ନେଇଥିଲେ।
8 କୋଟି ଟଙ୍କା ବ୍ୟୟରେ ଏହି ନିର୍ମାଣ କାମ ଚାଲିଥିବା ବେଳେ କିଏ ଓ କ’ଣ ପାଇଁ ଠିକା ସଂସ୍ଥାର ମ୍ୟାନେଜର ଘଟଣା ସ୍ଥଳରେ ପହଞ୍ଚିବା ପରେ ପଲଲହଡ଼ା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।
The post ରାତି ଅଧରେ ବନ୍ଧୁକ ମୁନରେ ଅପହରଣ appeared first on Odisha Reporter.
from Odisha Reporter https://ift.tt/3hnSo7I
No comments:
Post a Comment