ରାଜଧାନୀ ଉପକଣ୍ଠରୁ ୨୫ ଲକ୍ଷର ଧଳା ଜହର ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 28, 2020

ରାଜଧାନୀ ଉପକଣ୍ଠରୁ ୨୫ ଲକ୍ଷର ଧଳା ଜହର ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିପୁଳ ପରିମାଣର ଧଳା ଜହର ଜବତ । ରାଜଧାନୀ ଉପକଣ୍ଠରୁ ୩୨୦ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବାଂଚ ଏସଟିଏଫ । ଏଥିସହ ବ୍ରାଉନସୁଗର ଡିଲ କରୁଥିବା ଡିଲରକୁ ମଧ୍ୟ ଏସଟିଏଫ ଗିରଫ କରିଛି । ବାଲେଶ୍ୱର ଜଳେଶ୍ୱରରୁ ଆଣି ଖୋର୍ଦ୍ଧା ଜଙ୍କିଆରେ ଡିଲ ବେଳେ ଏସଟିଏଫ ଏହି ଡିଲରକୁ ଧରିଛି । ଜବତ ବ୍ରାଉନସୁଗରର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି ।  ଅଭିଯୁକ୍ତ ନାଁରେ ଖୋର୍ଦ୍ଧା ଜଙ୍କିଆ ପୁଲିସ ଷ୍ଟେସନରେ ଏକ ମାମଲା ରଜୁ କରାଯିବା ସହ ଏହାର ପଛରେ ଥିବା ମାଷ୍ଟରମାଇଣ୍ଡକୁ ଖୋଜୁଛି  କ୍ରାଇମବ୍ରାଂଚ ଏସଟିଏଫ ।

ଏହାକୁ ମିଶାଇ ରାଜ୍ୟରେ ଚଳିତ ବର୍ଷ ଏସଟିଏଫ ଏଯାଏଁ ୨୩ କେଜି ୫୯୩ ଗ୍ରାମ ବ୍ରାଉନସୁଗର ଜବତ କରିସାରିଲାଣି । ବର୍ତ୍ତମାନ ସୁଦ୍ଧା ୨୬ଟି କେସ୍ ରୁଜୁ ହେବା ସହ ୫୦ ଜଣ ଡ୍ରଗ ପେଡଲରଙ୍କୁ ଗିରଫ କରିଛି ଏସଟିଏଫ ।

The post ରାଜଧାନୀ ଉପକଣ୍ଠରୁ ୨୫ ଲକ୍ଷର ଧଳା ଜହର ଜବତ appeared first on Odisha Reporter.



from Odisha Reporter https://ift.tt/3nY56MX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages