ମୁମ୍ବାଇ: ସୈଫଙ୍କୁ ଛାଡି ଅନ୍ୟ ଜଣଙ୍କ ପ୍ରେମରେ ପାଗଳ ବଲିଉଡର ବେବୋ। କରୀନା କପୁରଙ୍କୁ ଯେତେବେଳେ ବି ସମୟ ମିଳେ ସେ ତାଙ୍କ ପ୍ରମିକ ବିଷୟରେ କଥା ହୁଅନ୍ତି । ସ୍ୱାମୀ ସୈଫ ଅଲ୍ଲି ଖାନଙ୍କ ବ୍ୟତୀତ ସେ ହଲିଉଡ ଅଭିନେତ୍ରୀଙ୍କୁ ବେଶ ପସନ୍ଦ କରନ୍ତି। ଏପରିକି ସେ ତାଙ୍କର ପ୍ରଥମ ପ୍ରେମ ବୋଲି ମଧ୍ୟ କହିସାରିଛନ୍ତି । ନିକଟରେ ନିଜେ କରୀନା ଏନେଇ ଖୁଲାସା କରିଛନ୍ତି। ତାଙ୍କର ଏହି ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
କରୀନା ତାଙ୍କ ୱିମେନ କ୍ରଶ ବିଷୟରେ କହିଛନ୍ତି। ହଲିଉଡ ନାୟିକା ତଥା ଓସ୍କାର ବିଜେତା ପେନେଲୋପ କ୍ରୁଜ ତାଙ୍କର ସବୁଠାରୁ ଫେଭେରଟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଏବଂ ସେ ତାଙ୍କ ପ୍ରଥମ ୱିମେନ କ୍ରସ ବୋଲି ନିକଟରେ ଏକ ସାକ୍ଷାତକାରରେ କରୀନା କହିଛନ୍ତି।
ପେନେଲୋପ କ୍ରୁଜ ଏବଂ କରୀନାଙ୍କ ମଧ୍ୟ ବେଶ କିଛି ସମାନତା ରହିଛି। ଦୁହେଁ ସଫଳ ଅଭିନେତ୍ରୀ ହେବା ସହ ଭଲ ମା’ ମଧ୍ୟ ପ୍ରମାଣିତ ହୋଇଛନ୍ତି। ଏଥିସହ ଦୁହେଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ବେଶ ପପୁଲାର।
କରୀନା କପୁର ଏବେ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏହି ସମୟରେ ମଧ୍ୟ ସେ ସୋଶାଲ ମିଡିଆରେ ବେଶ ଆକ୍ଟିଭ ଅଛନ୍ତି। ତାଙ୍କର ଏହି ଖବରକୁ ନେଇ ସେ ସର୍ବଦା ଲାଇମ ଲାଇଟରେ ରହିଆସିଛନ୍ତି। ପ୍ରତିଦିନ ତାଙ୍କ ଗର୍ଭାବସ୍ଥା ସମୟର କିଛି ନା କିଛି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସୁଛି।
କରୀନାଙ୍କୁ ଶେଷଥର ପାଇଁ ‘ଗୁଡନ୍ୟୁଜ’ ଫିଲ୍ମରେ ଦେଖୁବାକୁ ମିଳିଥିଲା। ଆଗକୁ ତାଙ୍କର ‘ଲାଲ ସିଂହ ଚଡ୍ଡା’ ଫିଲ୍ମ ଆସୁଛି। ଏଥିରେ ସେ ଆମୀର ଖାନଙ୍କ ଅପୋଜିଟରେ ନଜର ଆସିବେ। ଏହାର ଶୁଟିଂ ମଧ୍ୟ ଶେଷ ହୋଇସାରିଛି। ଏହି ଫିଲ୍ମ ବ୍ୟତୀତ କରୀନା କରଣ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ତଖ୍ତ’ରେ ମଧ୍ୟ ନଜର ଆସିବେ।
The post ସୈଫଙ୍କୁ ଛାଡ଼ି କାହା ପ୍ରେମରେ ପାଗଳ କରୀନା? appeared first on Odisha Reporter.
from Odisha Reporter https://ift.tt/3hdMCpr
No comments:
Post a Comment