ଆଡିଲେଡ୍: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ୧୪ ଓଭରରେ ଦଳ ମାତ୍ର ୧୯ ରନ୍ କରି ୬ଟି ୱିକେଟ୍ ହରାଇଛି।
ପ୍ରଥମ ଇନିଂସ୍ ଭଳି ପୃଥ୍ୱୀ ଶ’ ପୁଣି ଫେଲ୍ ମାରିଛନ୍ତି। ସେ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ମୟଙ୍କ ଅଗ୍ରୱାଲ ୯ ଓ ଯଶପ୍ରୀତ ବୁମ୍ରା ୨ ରନ୍ କରି ଆଉଟ୍ ହୋଇଛନ୍ତି। ପ୍ରଥମ ଇନିଂସ୍ରେ ୪୩ ରନ୍ କରିଥିବା ଚେତେଶ୍ୱର ପୂଜାରା ଏହି ଇନିଂସରେ ଖାତା ଖୋଲିପାରି ନାହାନ୍ତି। ଆଜିଙ୍କ୍ୟ ରାହାଣେ ମଧ୍ୟ ‘ଶୂନ’ରେ ଆଉଟ୍ ହୋଇଛନ୍ତି। ସେହିପରି ପ୍ରଥମ ଇନିଂସ୍ରେ ଟିମ୍କୁ ବିପର୍ଯ୍ୟୟରୁ ବଞ୍ଚାଇ ଥିବା ଅଧିନାୟକ ବିରାଟ କୋହଲି ଏହି ଇନିଂସ୍ରେ ମାତ୍ର ୪ ରନ୍ କରିବାକୁ ସମର୍ଥ ହୋଇଥିଲେ।
ଖବର ଲେଖାଯିବା ସୁଦ୍ଧା ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ୪ଟି ୱିକେଟ୍ ନେଇଛନ୍ତି। ସେ ପୃଥ୍ୱୀ ଶ’, ଯଶପ୍ରୀତ ବୁମ୍ରା, ଚେତେଶ୍ୱର ପୂଜାରା ଓ ବିରାଟ କୋହଲିଙ୍କ ୱିକେଟ୍ ନେଇଛନ୍ତି। ସେହିପରି ଜୋଶ ହାଜେଲଉଡ୍ ୨ଟି ୱିକେଟ୍ ନେଇଛନ୍ତି। ମୟଙ୍କ ଅଗ୍ରୱାଲ ଓ ଆଜିଙ୍କ୍ୟ ରାହାଣେଙ୍କୁ ସେ ଆଉଟ୍ କରିଛନ୍ତି।
ଏବେ ହନୁମା ବିହାରୀ ଓ ଋଦ୍ଧିମାନ ସାହା କ୍ରିଜ୍ରେ ଅଛନ୍ତି। ଦଳ ୧୮ ଓଭର ଶେଷ ସୁଦ୍ଧା ୬ଟି ୱିକେଟ୍ ହରାଇ ୨୬ ରନ୍ କରିଛି।
ସୂଚନାଯୋଗ୍ୟ, ପ୍ରଥମ ଇନିଂସ୍ରେ ଭାରତ ସମସ୍ତ ୱିକେଟ୍ ହରାଇ ୨୪୪ ରନ୍ କରିଥିଲା। ସେହିଭଳି ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ରେ ୧୯୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
The post ଦ୍ୱିତୀୟ ଇନିଂସ୍ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୧୯ରନ୍ରେ ଖସିଲା ୬ୱିକେଟ୍ appeared first on Odisha Reporter.
from Odisha Reporter https://ift.tt/3r8TV65
No comments:
Post a Comment