ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆଜିକି ୧୪ ଦିନ ହେଲାଣି ଆମ ଭଳି ହଜାର ହଜାର ନାରୀ ଦିନରାତି ରାଜ ରାସ୍ତାରେ ବସିଛୁ। ଆମ ଉପରେ କ’ଣ ବିତୁଛି ଆମେ ହିଁ ଜାଣିଛୁ। ଆମ ପରିବାର ଇଚ୍ଛା ବିରୋଧରେ ଯାଇ ଆମେ କରୋନା ଯୁଦ୍ଧରେ ସାମିଲ ହୋଇଥିଲୁ। ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ କରୋନା ସହ ଲଢ଼େଇ କରି ସ୍ଥିତିକୁ ସାମାନ୍ୟ କଲୁ। ଆଉ ଏବେ ସରକାର ଆମକୁ ଏଡ଼ାଇ ଦେଲେ। ତେଣୁ ଦାବି ପୂରଣ ନ ହେବା ଯାଏ ରାଜରାସ୍ତାରେ ବସିକି ରହିବୁ।” ଏପରି ଭାବେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ୧୪ ଦିନ ହେଲା ରାଜରାସ୍ତାରେ ଧାରଣାରେ ବସିଥିବା ଏଏନ୍ଏମ୍ କର୍ମୀ।
ସ୍ଥାୟୀ ନିଯୁକ୍ତି ଦାବିରେ ଗତ ବୁଧବାରଠାରୁ ଅହୋରାତ୍ର ଧାରଣାରେ ବସିଥିବା କରୋନା ଯୋଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିବା ବେଳେ ନିଦାବିଷ୍ଣୁ ସାଜିଛି ସରକାର। ସ୍ଥାୟୀ ନିଯୁକ୍ତି ନିମନ୍ତେ ଅଡ଼ି ବସିଥିବା କେତେକ ଏଏନ୍ଏମ୍ କର୍ମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
କରୋନା ମହାମାରୀ ବେଳେ ଏମାନେ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପାଇଥିଲେ । ନିଜ ଜୀବନକୁ ବିପଦରେ ପକାଇ ଦିନରାତି କରୋନା ରୋଗୀଙ୍କ ସେବା କଲେ। ହେଲେ କୋଭିଡ୍ କେୟାର ସେଣ୍ଟର ବନ୍ଦ୍ ହେବା ପରେ ସେମାନଙ୍କୁ ଛଟେଇ କରି ଦିଆଗଲା। ଅଚାନକ୍ ସେମାନଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିବା ଅଭିଯୋଗ ଆଣି ସେମାନେ ନିଜ ନାର୍ଯ୍ୟ ଦାବି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ସେପଟେ ବିଜେପି ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରିଛି
The post ‘ଦାବି ପୂରଣ ନ ହେବା ଯାଏ ରାଜରାସ୍ତାରେ ବସି ରହିବୁ’ appeared first on Odisha Reporter.
from Odisha Reporter https://ift.tt/3m1cBRC
No comments:
Post a Comment