ଏଣିକି ବର୍ଷକୁ ୪ ଥର ହୋଇପାରେ ଜେଇଇ ମେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 10, 2020

ଏଣିକି ବର୍ଷକୁ ୪ ଥର ହୋଇପାରେ ଜେଇଇ ମେନ୍‌

ନୂଆଦିଲ୍ଲୀ: ଇଞ୍ଜନିୟରିଂ ଓ ଆରକିଟେକଚର ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ହେଉଥିବା ଜେଇଇ ମେନ୍‌ ଏଣିକି ବର୍ଷକୁ ୪ଥର ହେବ। ଆସନ୍ତା ବର୍ଷ ଠାରୁ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। କରୋନା ମହାମାରୀ ଯୋଗୁ ଶିକ୍ଷାବର୍ଷର ସମୟସୀମା ବଦଳି ଯାଇଛି। ସେହିପରି ପାଠପଢ଼ାରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଏସବୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ବ୍ୟବସ୍ଥା ଆପଣାଇବାକୁ ଯୋଜନା କରିଛନ୍ତି।

ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ମଧ୍ୟ ପ୍ରଶ୍ନପତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ଅପସନ ବା ବିକଳ୍ପ ରଖିବାକୁ ଚାହୁଁଛନ୍ତି। କରୋନା ଯୋଗୁ ବିଭିନ୍ନ ବୋର୍ଡ ପାଠ୍ୟ ଖସଡ଼ାରେ ପରିବର୍ତ୍ତନ କରିଥିବାରୁ ପିଲାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜେଇଇ ମେନ୍‌ରେ ପରିବର୍ତ୍ତନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଗୁରୁବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଭିଡିଓ କନଫରେନ୍ସିଂ ଜରିଆରେ କିଛି ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ କହିଛନ୍ତି ଯେ ଶିକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି। ସେମାନେ ଯେମିତି କୌଣସି ସୁଯୋଗ ହାତ ଛଡ଼ା ନ କରିବେ, ସେଥିପାଇଁ ଆସନ୍ତାବର୍ଷ ଫେବୃଆରୀରୁ ମେ’ ମଧ୍ୟରେ ୪ଥର ଜେଇଇ ମେନ୍‌ ପରୀକ୍ଷା ଅନୁଷ୍ଠିତ ହୋଇପାରେ।

ଅନେକ ସମୟରେ ଛାତ୍ରଛାତ୍ରୀମାନେ ଗୋଟିଏ ପରୀକ୍ଷା ପାଇଁ ଆଉ ଗୋଟିଏ ପରୀକ୍ଷାକୁ ମିସ୍‌ କରୁଛନ୍ତି। ଏହାକୁ ଅଧିକ ସୁଗମ କରି ଶିକ୍ଷାର୍ଥୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଉଛି। ଛାତ୍ରଛାତ୍ରୀମାନେ ଏହି ୪ଟିରୁ ଗୋଟିଏ କିମ୍ବା ୪ଟି ଯାକ ପରୀକ୍ଷା ଦେଇପାରିବେ। ଯେଉଁ ପରୀକ୍ଷାରେ ସେମାନେ ଭଲ ମାର୍କ ରଖିଥିବେ, ସେହି ଆଧାରରେ ରାଙ୍କିଙ୍ଗ ସ୍ଥିର କରାଯିବ।

ପୂର୍ବଭଳି ଜେଇଇ ମେନ୍‌ର ପାଠ୍ୟ ଖସଡ଼ା ସମାନ ରହିବ। କିନ୍ତୁ ୨୦୨୧ରେ ପରୀକ୍ଷା ପ୍ରକ୍ରିୟାକୁ ସରଳ କରିବାକୁ ଯୋଜନା ହେଉଛି। ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ୯୦ଟି ଯାକ ପ୍ରଶ୍ନର ଉତ୍ତର ଦେବା ବାଧ୍ୟତାମୂଳକ ଥିଲା। ଆସନ୍ତା ବର୍ଷ ଠାରୁ ସେହି ୯୦ଟି ପ୍ରଶ୍ନ ରହିବ, କିନ୍ତୁ ୭୫ଟି ପ୍ରଶ୍ନର ଉତ୍ତର ଦେବାକୁ ବିକଳ୍ପ ଦିଆଯିବ। ଏହାର ଅର୍ଥ ଫିଜିକ୍ସ, ବାୟୋଲଜି ଓ ମ୍ୟାଥମେଟିକ୍ସରୁ ୨୫ଟି ଲେଖାଏ ପ୍ରଶ୍ନର ଉତ୍ତର ଛାତ୍ରଛାତ୍ରୀମାନେ ଦେବେ ବୋଲି ସେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ନିଟ୍‌ ପରୀକ୍ଷା କେମିତି ହେବ, ତା’ ଉପରେ ବି କେନ୍ଦ୍ରମନ୍ତ୍ରୀ ମତ ରଖିଛନ୍ତି। ସେ କହିଛନ୍ତି, ନିଟ୍ ପାଠ୍ୟଖସଡ଼ାରେ କୌଣସି ପରିବର୍ତ୍ତନ ହେବନାହିଁ। ତେବେ ପରୀକ୍ଷା ଅନଲାଇନ ବା ଅଫଲାଇନରେ ହେବ, ତା’ ଉପରେ ବିଚାର କରାଯାଉଛି।

The post ଏଣିକି ବର୍ଷକୁ ୪ ଥର ହୋଇପାରେ ଜେଇଇ ମେନ୍‌ appeared first on Odisha Reporter.



from Odisha Reporter https://ift.tt/37QIIhK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages