ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବନ୍ଧା ହେଲେ ବଲାଙ୍ଗିର ଶିକ୍ଷା ବିଭାଗର ନିଲମ୍ବିତ କନିଷ୍ଠ କିରାଣୀ ପ୍ରମୋଦ ରଥ। ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଜେରା ବେଳେ ପ୍ରମୋଦଙ୍କ ଘରୁ ୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି। ଏଥିସହ ତାଙ୍କ ପାଖରୁ ୬ଟି ବୁଲେଟ ମଧ୍ୟ ମିଳିଛି।
ସୂଚନାଯୋଗ୍ୟ ଯେ, ବର୍ଷକ ତଳେ ନିଲମ୍ବିତ କିରାଣୀଙ୍କ ନାଁରେ ଜାଲ କାଗଜପତ୍ରରେ କୋଟି କୋଟି ଟଙ୍କା ହଡପ କରିନେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଶିକ୍ଷା ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ କନିଷ୍ଠ କିରାଣୀ ପ୍ରମୋଥ ରଥ ଏବଂ ବିଇଓ ରିଚପାଲ ସାଗରଙ୍କୁ ନିଲମ୍ବିତ କରିଥିଲା ଶିକ୍ଷା ବିଭାଗ। ସେପଟେ ଭିଜିଲାନ୍ସ ବିଭାଗ ମଧ୍ୟ ଦୀର୍ଘ ଦିନ ଧରି ତଦନ୍ତ କରିଥିଲା। ଶେଷରେ ଆଜି କିରାଣୀ ପ୍ରମୋଦ ରଥଙ୍କୁ ଭିଜିଲାନ୍ସ ଗିରଫ କରିଛି।
The post ବନ୍ଧା ହେଲେ ନିଲମ୍ବିତ କନିଷ୍ଠ କିରାଣୀ appeared first on Odisha Reporter.
from Odisha Reporter https://ift.tt/38FEwSt
No comments:
Post a Comment