ନୂଆଦିଲ୍ଲୀ: ସାଉଥ୍ ଫିଲ୍ମର ସୁପର୍ ଷ୍ଟାର୍ ରାମ ଚରଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଖୋଦ୍ ରାମଚରଣ ନିଜ ପ୍ରଶଂସକଙ୍କୁ କରୋନା ପଜିଟିଭ୍ ହୋଇଥିବା ସୂଚନା ଦେଇଛନ୍ତି। ପଜିଟିଭ୍ ଆସିବା ପରେ ରାମଚରଣ ନିଜକୁ ହୋମ୍ କ୍ୱାରେଣ୍ଟାଇନ୍ କରିଛନ୍ତି।
ଆଜି ସକାଳେ ରାମ ଚରଣ ନିଜ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି, ମୋର କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଛି। ତେବେ ମୋ ଭିତରେ କରୋନାର କୌଣସି ଲକ୍ଷଣ ନାହିଁ। ମୁଁ ନିଜ ଘରେ କ୍ୱାରେଣ୍ଟାଇନରେ ଅଛି। ଆଶା କରୁଛି ଶୀଘ୍ର ସୁସ୍ଥ ହୋଇଯିବି ଏବଂ ପୂର୍ବାପେକ୍ଷା ଅଧିକ ମଜଭୁତ୍ ମଧ୍ୟ ହେବି।
Request all that have been around me in the past couple of days to get tested.
More updates on my recovery soon. pic.twitter.com/lkZ86Z8lTF— Ram Charan (@AlwaysRamCharan) December 29, 2020
ଏହି ପୋଷ୍ଟକୁ ଶେଆର୍ କରିବା ପରେ ରାମ ଚରଣ କ୍ୟାପସନରେ ଲେଖିଛନ୍ତି, ବିଗତ ଦିନରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ। ମୁଁ ନିଜର ରିକଭରୀ ଅପଡେଟ୍ ଖୁବଘୀଘ୍ର ଦେବି ବୋଲି କହିଛନ୍ତି ରାମଚରଣ।
କିଛି ଦିନ ତଳେ ରାମ ଚରଣଙ୍କ ପିତା ତଥା ମେଗାଷ୍ଟାର୍ ଚିରଞ୍ଜୀବୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। କିନ୍ତୁ ପରେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ରାମଚରଣ ଖୁବଶୀଘ୍ର ଏସଏସ୍ ରାଜାମୌଲୀଙ୍କ ବିଗ୍ ବଜେଟ୍ ଫିଲ୍ମ ‘RRR’ରେ ନଜର ଆସିବେ। ଏଥିରେ ସେ ଜୁନିୟର ଏନଟିଆରଙ୍କ ସହ ଲିଡ୍ ରୋଡରେ ଅଛନ୍ତି। କିଛି ସମୟ ପୂର୍ବରୁ ଫିଲ୍ମରେ ତାଙ୍କର ଫାଷ୍ଟ ଲୁକ୍ ଶେଆର୍ କରାଯାଇଥିଲା, ଯାହା ପରେ ପ୍ରଶଂସକ ବିଭିନ୍ନ ପ୍ରତିକ୍ରିୟା ଦେଇଥିଲେ। ଏହି ଫିଲ୍ମରେ ଅଜୟ ଦେବଗନ୍ ଓ ଆଲିୟା ଭଟ୍ଟଙ୍କ ଭଳି ଷ୍ଟାର୍ ମଧ୍ୟ ନଜର ଆସିବେ। ଫିଲ୍ମଟି ୨୦୨୧ରେ ରିଲିଜ୍ ହେବ।
The post ବାପାଙ୍କ ପରେ ସୁପରଷ୍ଟାର୍ ପୁଅ ବି କରୋନାରେ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/2KLGvN9
No comments:
Post a Comment