ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଥମୁନି ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ। ଏବେ କଥା ଯାଇ ମହିଳା କମିଶନଙ୍କ ଅଫିସରେ ପହଞ୍ଚିଛି । ପାରିବାରିକ ବିବାଦ ନେଇ ଆଜି ମହିଳା କମିଶନର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅନୁଭବ ଏବଂ ତାଙ୍କ ବାପାମା’ଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ ହୋଇଛି । କିନ୍ତୁ ବର୍ତ୍ତମାନ ଯାଏଁ ତାଙ୍କର କୌଣସି ଦେଖା ନାହିଁ।
ଘରୋଇ ହିଂସାକୁ ନେଇ ପୂର୍ବରୁ ବର୍ଷା ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ବର୍ଷାଙ୍କ ଅଭିଯୋଗକୁ ଭିତ୍ତି କରି ମହିଳା କମିଶନ ଅନୁଭବଙ୍କ ସମେତ ତାଙ୍କ ବାପା ଓ ମା’ଙ୍କୁ ନୋଟିସ୍ କରିଥିଲେ। ୨୯ ତାରିଖରେ ସମସ୍ତେ ବ୍ୟକ୍ତିଗତ ଭାବେ ହାଜର ହେବେ ଏବଂ ନିଜ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସୂଚନାଯୋଗ୍ୟ, ପାରିବାରିକ ବିବାଦକୁ ନେଇ ବର୍ଷା ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କର ଆଉ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନୁଭବ ତାଙ୍କୁ ଘରେ ରହିବାକୁ ଦେଉ ନଥିବା ତଥା ତାଙ୍କ ରୁମ୍ରେ ତାଲା ପକାଇ ତାଙ୍କୁ ଘଣ୍ଟାଏରୁ ଅଧିକ ସମୟ ବାହାରେ ଛିଡ଼ା କରାଇ ଦେଇଥିବା ଭଳି ଅଭିଯୋଗ ଆଣିଥିଲେ ବର୍ଷା। ବର୍ଷାଙ୍କ ଏହି ଅଭିଯୋଗ ପରେ ପୁଲିସ୍ ଅନୁଭବଙ୍କ ବାସଭବନକୁ ମଧ୍ୟ ଯାଇ ତଦନ୍ତ କରିଥିଲା।
The post ମହିଳା କମିଶନରେ ପହଞ୍ଚିଲେ ବର୍ଷା, ଅନୁଭବଙ୍କ ଦେଖାନାହିଁ appeared first on Odisha Reporter.
from Odisha Reporter https://ift.tt/2L3iYHm
No comments:
Post a Comment