ଶେଷରେ ରାଜନୀତିକୁ ରଜନୀଙ୍କ ନା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 29, 2020

ଶେଷରେ ରାଜନୀତିକୁ ରଜନୀଙ୍କ ନା’

ଚେନ୍ନାଇ: ତାମିଲନାଡୁରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସୁପରଷ୍ଟାର୍ ରଜନୀକାନ୍ତ ବଡ଼ ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟଜନିତ କାରଣ ଦର୍ଶାଇ ରଜନୀକାନ୍ତ ରାଜନୀତିକୁ ନ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ରଜନୀକାନ୍ତ ପ୍ରଶଂସକଙ୍କୁ କ୍ଷମା ମାଗିବା ସହ ନିଜର ରାଜନୀତିକ ପାର୍ଟି ଲଞ୍ଚ କରିବାର ନିଷ୍ପତ୍ତିରୁ ମଧ୍ୟ ଓହରିଯାଇଛନ୍ତି। ରାଜନୀତିକ ପାର୍ଟି ଗଠନ ନକରି ସେ ତାମିଲନାଡୁ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି।

ରଜନୀକାନ୍ତ ଏକ ବୟାନ ଜାରି କରି କହିଛନ୍ତି, ବିଗତ ଦିନରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯେଉଁ ଅବନତି ଘଟିଛି, ଏହାକୁ ସେ ଭଗବାନଙ୍କ ଚେତାବନୀ ବୋଲି କହିଛନ୍ତି ଏବଂ ଏହି କାରଣରୁ ସେ ରାଜନୀତିକ ପାର୍ଟି ଗଠନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

ଗତ ସପ୍ତାହରେ ଉଚ୍ଚ ରକ୍ତଚାପ ଯୋଗୁ ରଜନୀକାନ୍ତଙ୍କୁ ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ସେ ହସ୍ପିଟାଲରୁ ଜିସଚାର୍ଜ ହୋଇଥିଲେ। ହସ୍ପିଟାଲ ପକ୍ଷରୁ ଜରି ବୁଲେଟିନରେ କୁହାଯାଇଛି, ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ଭଲ ଅଛି। ଏବେ ତାଙ୍କୁ କୌଣସି ଗୁରୁତର ସମସ୍ୟା ନାହିଁ। ତେବେ ଡାକ୍ତର ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ଚିନ୍ତାମୁକ୍ତ ହେବା ପାଇଁ ମଧ୍ୟ ରଜନୀକାନ୍ତଙ୍କୁ ପରାମର୍ଶ ଦିଆଯାଇଛି।

ଚଳିତମାସ ଆରମ୍ଭରୁ ରଜନୀକାନ୍ତ ରାଜନୀତିରେ ଏଣ୍ଟ୍ରି ନେଇ ଆନୁଷ୍ଠାନିକ ଘୋଷଣା କରିଥାନ୍ତେ। ସେ ଆସନ୍ତା ଡିସେମ୍ବର ୩୧ ତାରିଖରେ ନିଜର ରାଜନୀତିକ ଦଳ ଘୋଷଣା କରିବେ ବୋଲି କହିଥିଲେ। ରଜନୀକାନ୍ତଙ୍କ ଏହି ଘୋଷଣା ପରେ ତାମିଲନାଡୁ ରାଜନୀତିରେ ହଲଚଲ ଆରମ୍ଭ ହୋଇଥିଲା। ରଜନୀକାନ୍ତଙ୍କ ସହ ମେଣ୍ଟ କରିବା ପାଇଁ ବିଜେପି ମଧ୍ୟ ଆଲୋଚନା ଆରମ୍ଭ କରିଦେଇଥିଲା। ଏମିତିକି ତାମିଲନାଡୁରେ ରଜନୀକାନ୍ତ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା, ଯାହା ତାମିଲନାଡୁରେ କ୍ଷମତାସୀନ AIADMK ଏବଂ DMKର ଚିନ୍ତା ବଢ଼ାଇ ଦେଇଥିଲା। କିନ୍ତୁ ଏବେ ରଜନୀଙ୍କର ରାଜନୀତିକୁ ନଆସିବାର ନିଷ୍ପତ୍ତି ଅନ୍ୟ ଦଳକୁ ନିଶ୍ଚିତ ଖୁସି କରାଇଥିବ।

The post ଶେଷରେ ରାଜନୀତିକୁ ରଜନୀଙ୍କ ନା’ appeared first on Odisha Reporter.



from Odisha Reporter https://ift.tt/3aP2gWU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages