ଷ୍ଟେଜ୍‌ ଉପରେ ନାଚିଲେ ମମତା ବାନାର୍ଜୀ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 24, 2020

ଷ୍ଟେଜ୍‌ ଉପରେ ନାଚିଲେ ମମତା ବାନାର୍ଜୀ, ଦେଖନ୍ତୁ ଭିଡିଓ

କୋଲକାତା: ପୁଣିଥରେ ଚର୍ଚ୍ଚାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥର କୌଣସି ରାଜନୀତିକ ବୟାନ କିମ୍ବା ଘଟଣାକୁ ନେଇ ସେ ଚର୍ଚ୍ଚାକୁ ଆସି ନାହାନ୍ତି। ବରଂ ଷ୍ଟେଜ୍‌ ଉପରେ ଅନ୍ୟ କଳାକାର ସହ ମିଶି ଦମଦାର ନୃତ୍ୟ ପରିବେଶଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମମତା ଷ୍ଟେଜ ଉପରେ ନାଚିବା ବେଳର ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି।

କୋଲକାତାରେ ଆରମ୍ଭ ହୋଇଥିବା ସଙ୍ଗୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ମମତା ବାନାର୍ଜୀ ଯୋଗଦେଇଥିଲେ। ଏହି ସମୟରେ ସେ ପାରମ୍ପରିକ କଳାରେ ନିୟୋଜିତ କଳାକାରଙ୍କୁ ସମ୍ମାନିତ କରିଥିଲେ। ଏମାନଙ୍କ ମଧ୍ୟରେ ସାନ୍ତାଳି ନୃତ୍ୟଶିଳ୍ପୀ ବାସନ୍ତୀ ହେମ୍ବ୍ରମ ମଧ୍ୟ ରହିଥିଲେ। ମମତା ତାଙ୍କୁ ପ୍ରଥମେ ସମ୍ମାନିତ କରିଥିଲେ। ଏହି ସମୟରେ ସେ ମମତାଙ୍କୁ ତାଙ୍କ ସହ ପାଦରେ ପାଦ ମିଶାଇ ନାଚିବାକୁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ କଥା ରଖିଥିଲେ ଓ ଏଥିପାଇଁ ସାନ୍ତାଲି ଗୀତ ମଧ୍ୟ ବାଜିଥିଲା। ଏହା ଶୁଣିବା କ୍ଷଣୀ ଗୀତର ତାଳେତାଳେ ମମତା ଓ ବାସନ୍ତୀଙ୍କ ସମେତ ଷ୍ଟେଜ ଉପରେ ଥିବା ଅନ୍ୟ ଅତିଥିମାନେ ବି ନାଚିବା ଆରମ୍ଭ କରିଥିଲେ। ମମତାଙ୍କ ଏହି ସାନ୍ତାଳି ନାଚର ଭିଡିଓକୁ ସୋଶାଲ ମିଡିଆରେ ଅନେକ ପ୍ରଶଂସା କରୁଛନ୍ତି। ସେହିପରି କିଛି ଲୋକ ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି।


ଅନ୍ୟପକ୍ଷରେ ଆସନ୍ତା ୪ ମାସ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ଏବେ ଠାରୁ ହିଁ ବିଜେପି ଓ କ୍ଷମତାସୀନ ଟିଏମସି ମଧ୍ୟ ବାକଯୁଦ୍ଧ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମମତା ଷ୍ଟେଜ ଉପରେ ନାଚି ସମସ୍ତଙ୍କୁ ଚକିତ କରିଥିଲେ ହେଁ ବିଜେପିକୁ ସମାଲୋଚନା କରିବାକୁ ଭୁଲି ନଥିଲେ।

ସେ ନିଜର ସଂକ୍ଷିପ୍ତ ଭାଷଣରେ ବେଙ୍ଗଲକୁ କେବେ ହେଲେ ଗୁଜରାଟରେ ପରିଣତ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ବିଜେପି ବାରମ୍ବାର ବେଙ୍ଗଲର ବିକାଶ ପାଇଁ ଗୁଜରାଟର ମଡେଲ ଆପଣା ଯିବ ବୋଲି କହୁଥିବାରୁ ମମତା ଏହାକୁ କାଉଣ୍ଟର କରିବା ପାଇଁ ଏପରି କହିଛନ୍ତି।

The post ଷ୍ଟେଜ୍‌ ଉପରେ ନାଚିଲେ ମମତା ବାନାର୍ଜୀ, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/3nQ8RUy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages