ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ୨୧ ନମ୍ବର ସେକ୍ଟର ନିକଟରେ ଥିବା ରହମତ ନଗର ବସ୍ତିରେ ଦୁଇଟି ଟାୟାର ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ ହୋଇଯାଇଛି । କିନ୍ତୁ ଫାୟାର ବ୍ରିଗେଡ଼ ଟିମ୍ ଏବଂ ପୁଲିସ୍ ପହଞ୍ଚି ତ୍ୱରିତ ପଦକ୍ଷେପ ନେବା ଯୋଗୁ ବସ୍ତିର ପ୍ରାୟ ୩୦୦ ଘର ନିଆଁ କବଳରୁ ବର୍ତ୍ତି ଯାଇଥିବା ଆଲୋଚନା ହେଉଛି।
ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ୪ଟି ଫାୟାର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସମେତ ରାଉରକେଲା ଇସ୍ପାତ କାରଖାନା ଫାୟାର ଟିମ୍ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପ୍ଲାଣ୍ଟସାଇଟ ଥାନା ପୁଲିସ୍ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।
The post ହୁତୁହୁତୁ ହୋଇ ଜଳିଗଲା ୨ ଟାୟାର ଗୋଦାମ appeared first on Odisha Reporter.
from Odisha Reporter https://ift.tt/3mHstsQ
No comments:
Post a Comment