କୋଟିଏ ଠକିଥିଲେ, ଭଦ୍ରକସ୍ଥିତ ଶ୍ୱଶୁର ଘରୁ ଉଠାଇ ନେଲା ଦିଲ୍ଲୀ ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 4, 2020

କୋଟିଏ ଠକିଥିଲେ, ଭଦ୍ରକସ୍ଥିତ ଶ୍ୱଶୁର ଘରୁ ଉଠାଇ ନେଲା ଦିଲ୍ଲୀ ପୁଲିସ୍‌

ଭଦ୍ରକ(ଓଡ଼ିଶା ରିପୋର୍ଟର): ନାମୀ ଦାମୀ କମ୍ପାନୀର ଫେକ ଆଇଡ଼ି ଖୋଲି ଅନଲାଇନ୍‌ରେ ପ୍ରାୟ  କୋଟିଏ ଟଙ୍କା ଠକିଥିଲେ। ଏନେଇ ଅଭିଯୋଗରେ ହେବା ପରେ ଅଭିଯୁକ୍ତକୁ ଖୋଜିଖୋଜି ଭଦ୍ରକରେ ପହଞ୍ଚିଥିଲା ଦିଲ୍ଲୀ ପୁଲିସ୍‌। ଏହାପରେ ରାତି ଅଧିଆ ଭଦ୍ରକସ୍ଥିତ ଶ୍ୱଶୁର ଘରୁ  ଯୁବକଙ୍କୁ ଉଠାଇ ନେଇଥିବା ଜଣାଯାଇଛି। 

ଏହି ଘଟଣା ଘଟିଛି ଭଦ୍ରକ ଧୂଷୁରୀ ଥାନା ଅନ୍ତର୍ଗତ  ନରହରିପୁରରେ। ଯୁବକ ଜଣଙ୍କ ହେଲେ ରାଜେନ୍ଦ୍ର ମଲ୍ଲିକ। ତାଙ୍କ ଘର ଯାଜପୁରର ବରୀ ଅଞ୍ଚଳରେ ବୋଲି ଜଣାପଡିଛି।

ଅଭିଯୋଗ ଅନୁସାରେ,ରାଜେନ୍ଦ୍ରଙ୍କ ବିଭିନ୍ନ ନାମୀ ଦାମୀ କମ୍ପାନୀର ଫେକ ଆଇଡ଼ି ଖୋଲି ଫ୍ଲାଇଟ ଟିକେଟ ବୁକିଂ କରୁଥିଲେ। ବିଭିନ ଜାଗାରୁ
ଅନଲାଇନ୍‌ରେ ଲୋକଙ୍କ ନିକଟରୁ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଦିଲ୍ଲୀ ପୁଲିସ୍‌ ତାଙ୍କୁ ଖୋଜାଖୋଜି କରୁଥିଲା ।

ରାଜେନ୍ଦ୍ର ଧୂଷୁରୀର ନରହରିପୁରରେ ଥିବା ଦିଲ୍ଲୀ ପୁଲିସ୍‌ ଜାଣିବାକୁ ପାଇ ଗତକାଲି ବିଳମ୍ବିତ ରାତିରେ ପହଞ୍ଚିଥିଲା। ଏହାପରେ‌ ଧୂଷୁରୀ ପୁଲିସ୍‌ ସହାୟତାରେ ନରହରିପୁରସ୍ଥିତ ରାଜେନ୍ଦ୍ରଙ୍କ ଶ୍ୱଶୁର ଘରେ ଚଢ଼ଉ କରିଥିଲା। ସେଠାରୁ ତାଙ୍କୁ ଉଠାଇ ନେଇ ଧୂଷୁରୀ ଥାନାରେ ଅଧିକ ପଚରା ଉଚୁରା କରୁଛି।

The post କୋଟିଏ ଠକିଥିଲେ, ଭଦ୍ରକସ୍ଥିତ ଶ୍ୱଶୁର ଘରୁ ଉଠାଇ ନେଲା ଦିଲ୍ଲୀ ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/2VSCV5X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages