ଟିକା ନେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ତଥାପି ହେଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 4, 2020

ଟିକା ନେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ତଥାପି ହେଲା କରୋନା

ଚଣ୍ଡିଗଡ଼: ନିକଟରେ କରୋନା ଟିକା ‘କୋଭାକ୍ସିନ୍’କୁ ସ୍ୱେଚ୍ଛାକୃତ ଭାବରେ ନେଇଥିଲେ ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍। ହେଲେ ଏବେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ଟ୍ୱିଟ୍ କରି ଅନୀଲ ଭିଜ୍ ନିଜେ ଏହି ସୂଚନା ଦେଇଛନ୍ତି। ଏବେ ସେ ଅମ୍ୱାଲା ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଟେଷ୍ଟ କରାଇବା ସହିତ ସଂଘରୋଧରେ ରହିବା ପାଇଁ ଆହ୍ୱାନ କରିଛନ୍ତି ଅନୀଲ।

ସୂଚନାଯୋଗ୍ୟ, ଗତମାସରେ ଇଣ୍ଡିଆଲ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ଏବଂ ଭାରତ ବାୟୋଟେକର ମିଳିତ ଉଦ୍ୟମରେ ପ୍ରସ୍ତୁତ ‘କୋଭାକ୍ସିନ୍’ ଟିକା ନେଇଥିଲେ ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ। ଅକ୍ଟୋବରରେ ଭାରତ ବାୟୋଟେକ୍ କହିଥିଲା କୋଭାକ୍ସିନର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସଫଳ ହୋଇଛି। ଏବେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଛି।

 

The post ଟିକା ନେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ତଥାପି ହେଲା କରୋନା appeared first on Odisha Reporter.



from Odisha Reporter https://ift.tt/3oqvE9z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages