ଆକ୍ସନ ମୁଡ୍‌ରେ ବିଏମ୍‌ସି, ରାସ୍ତାରେ ଅଳିଆ ପକାଇଲେ ରଦ୍ଦ ହେବ ଟ୍ରେଡ୍ ଲାଇସେନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

ଆକ୍ସନ ମୁଡ୍‌ରେ ବିଏମ୍‌ସି, ରାସ୍ତାରେ ଅଳିଆ ପକାଇଲେ ରଦ୍ଦ ହେବ ଟ୍ରେଡ୍ ଲାଇସେନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଫୁଲ୍‌ ଆକ୍ସନ ମୁଡ୍‌ରେ ବିଏମ୍‌ସି। ଅଳିଆ ଆବର୍ଜନା ପକାଇ ରାସ୍ତାକୁ ଅପରିଷ୍କାର କରୁଥିବା ଦୋକାନୀଙ୍କୁ ଆଉ ବରଦାସ୍ତ କରାଯିବନି। ଏପରି ଦୋକାନୀ ନଜରକୁ ଆସିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।

ଭୁବନେଶ୍ୱର ମହାନଗରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଲାଗି ମହାନଗର ନିଗମ କର୍ତ୍ତୃପକ୍ଷ ଗ୍ରହଣ କରିଛନ୍ତି କଡ଼ା ଆଭିମୁଖ୍ୟ। ଆଜିଠାରୁ ରାସ୍ତାରେ  ଅଳିଆ ଆବର୍ଜନା ପକାଉଥିବା ଦୋକାନୀଙ୍କ ଉପରେ ଆର୍ଥିକ ଜରିମାନା ସାଙ୍ଗକୁ ନିୟମ ଉଲ୍ଲଂଘନ ଅଭିଯୋଗରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ରଦ୍ଦ କରାଯିବ ଟ୍ରେଡ୍ ଲାଇସେନ୍ସ । ଆବଶ୍ୟକସ୍ଥଳେ ଦୋକାନକୁ ସିଲ୍ ସହ ଉଚ୍ଛେଦ ମଧ୍ୟ କରାଯିବ। ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଏମ୍‌ସି ।

ଦୋକାନମାନେ ଅଳିଆକୁ ଏଣେତେଣେ ପକାଉଥିବାରୁ ପାରିପାର୍ଶ୍ୱିକ ପରିବେଶ ବିଗିଡ଼ି ଯାଉଛି।  ଏହାକୁ ଦୃଷ୍ଟିରେ ରଖି  ନିଜ ଦୋକାନ ସମ୍ମୁଖରେ ୨ଟି ଡଷ୍ଟବିନ୍ ରଖିବାକୁ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଗୋଟିକରେ ଓଦା ବର୍ଜ୍ୟବସ୍ତୁ  ଓ ଗୋଟିକରେ ଶୁଖିଲା ବର୍ଜ୍ୟବସ୍ତୁ ରଖିବା ଲାଗି କୁହାଯାଇଥିଲା । ମାତ୍ର ବାରମ୍ବାର ସଚେତନତା ସତ୍ତ୍ୱେ ଦୋକାନୀମାନେ ୨ଟି ଡଷ୍ଟବିନ୍ ରଖୁନାହାନ୍ତି । ଏପରିକି କାରବାର ଶେଷ ପରେ ଦୋକାନରୁ ବାହାରୁଥିବା ଅଳିଆ ଆବର୍ଜନା ଏଣେତେଣେ ପକାଇ ଅଳିଆ କରୁଥିବା ନଜରକୁ ଆସିଛି । ଯାହା ଫଳରେ ପରିମଳ ସେବା ଓ ସ୍ୱଚ୍ଛତା ବାଧାପ୍ରାପ୍ତ ହେଉଛି । ତେଣୁ ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବିଏମ୍‌ସି।

The post ଆକ୍ସନ ମୁଡ୍‌ରେ ବିଏମ୍‌ସି, ରାସ୍ତାରେ ଅଳିଆ ପକାଇଲେ ରଦ୍ଦ ହେବ ଟ୍ରେଡ୍ ଲାଇସେନ୍ସ appeared first on Odisha Reporter.



from Odisha Reporter https://ift.tt/2WPS34w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages