ଚେନ୍ନାଇ: ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ସାଉଥ ସୁପରଷ୍ଟାର ଥଲାଇଭା ରଜନୀକାନ୍ତ । ରବିବାର ତାଙ୍କୁ ହାଇଦ୍ରାବାଦର ଆପୋଲ ହସ୍ପିଟାଲରୁ ଛୁଟି ମିଳିଛି । ଏବେ ତାଙ୍କ ରକ୍ତଚାପ ଠିକ ଥିବା ନେଇ ଡାକ୍ତରମାନେ କହିଛନ୍ତି । ଗତ ଶୁକ୍ରବାର ଉଚ୍ଚ ରକ୍ତଚାପ ଯୋଗୁଁ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତିନି ଦିନ ଡାକ୍ତରଙ୍କ ଦେଖାରେଖାରେ ରହିବା ପରେ ରବିବାର ଥଲାଇଭାଙ୍କୁ ଛୁଟି ମିଳିଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।
ହସ୍ପିଟାଲରୁ ରଜନୀକାନ୍ତଙ୍କୁ ଡିସଚାର୍ଜ ମିଳିବା ପରେ ବାହାରେ ତାଙ୍କ ଫ୍ୟାନମାନଙ୍କ ଭିଡ ଜମିଥିଲା । ସମସ୍ତେ ନିଜ ଫେଭେରେଟ ଷ୍ଟାରଙ୍କୁ ସ୍ୱାଗତ କରିଥିଲେ । ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Welcome back, Thalaivaa! Nobody but your fans can understand the pain we have been going through for the last 3 days. We love you so much! ♥️🙏#MillionHeartsForTHALAIVAR #Annaatthe @rajinikanth pic.twitter.com/yQrqql3Y0y
— Rajinikanth Fans (@RajiniFC) December 27, 2020
ତାମିଲ ଫିଲ୍ମ ‘ଆନାଥେ’ରେ ସୁଟିଂ ସମୟରେ ହିଁ ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଯଦିଓ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି କିନ୍ତୁ ତାଙ୍କୁ କିଛି ଦିନ ପାଇଁ ବେଡ୍ ରେଷ୍ଟ କରିବାକୁ ଡାକ୍ତର ପରାମର୍ଶ କରିଛନ୍ତି।
The post ହସ୍ପିଟାଲରୁ ଫେରିଲେ ରଜନୀକାନ୍ତ appeared first on Odisha Reporter.
from Odisha Reporter https://ift.tt/38ELaZ9
No comments:
Post a Comment