ପୁଣି ୩୦୦ ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା, ୬ ଜିଲ୍ଲାରୁ କେହି ନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

ପୁଣି ୩୦୦ ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା, ୬ ଜିଲ୍ଲାରୁ କେହି ନାହାନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ୩୦୦ ତଳକୁ ଖସିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୨୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୯୮ଟି ହେଉଛି ଲୋକାଲ୍ କେସ୍‌।

୨୪ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସର୍ବାଧିକ ଅଛନ୍ତି ଅନୁଗୋଳ ଜିଲ୍ଲାରୁ। ଏହି ଜିଲ୍ଲାରୁ ୩୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲାରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨, ଭଦ୍ରକରୁ ୩ ବଲାଙ୍ଗିରରୁ ୧୦, କଟକରୁ ୧୨, ଦେବଗଡ଼ରୁ ୩, ଗଞ୍ଜାମରୁ ୪, ଜଗତସିଂହପୁରରୁ ୫, ଯାଜପୁରରୁ ୧୬, ଝାରସୁଗୁଡ଼ାରୁ ୧୫, କଳାହାଣ୍ଡିରୁ ୨, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୨୫, କୋରାପୁଟରୁ ଜଣେ, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୧୭, ନୟାଗଡ଼ରୁ ୫, ନୂଆପଡ଼ାରୁ ୪, ସମ୍ବଲପୁରରୁ ୯, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି।

ଷ୍ଟେଟ୍‌ ପୁଲ୍‌ରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ, ଢେଙ୍କାନାଳ, ଗଜପତି, ନବରଙ୍ଗପୁର, ପୁରୀ ଓ ରାୟଗଡ଼ାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

୨୩୪ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୭୩୮ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୨୪,୦୬୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨,୭୫୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ ଏଯାବତ କରୋନାରେ ୧,୮୬୪ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମରେ ୨୪୬, ସୁନ୍ଦରଗଡ଼ରେ ୧୬୬, କଟକରେ ୧୩୮, ପୁରୀରେ ୧୧୪, ବାଲେଶ୍ୱରରେ ୯୩, ମୟୂରଭଞ୍ଜରେ ୮୯ ଓ ସମ୍ବଳପୁରରେ ୭୬ ଜଣଙ୍କ ମୃତ୍ୟୁ ଘଟିଛି। ଦେବଗଡ଼ ଜିଲ୍ଲାରେ ସବୁଠୁ କମ୍ ୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

The post ପୁଣି ୩୦୦ ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା, ୬ ଜିଲ୍ଲାରୁ କେହି ନାହାନ୍ତି appeared first on Odisha Reporter.



from Odisha Reporter https://ift.tt/2L0GK6y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages