ପୁଣି ଧରାପଡ଼ିଲା ଚାଇନା ଚାଲ୍‌: ଅରୁଣାଚଳ ସୀମାରେ ତିଆରି କରିଛି ୩ଟି ଗାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 6, 2020

ପୁଣି ଧରାପଡ଼ିଲା ଚାଇନା ଚାଲ୍‌: ଅରୁଣାଚଳ ସୀମାରେ ତିଆରି କରିଛି ୩ଟି ଗାଁ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚାଇନା କେଉଁଭଳି ଭାବେ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛି, ତା’ର ପୁଣି ଏକ ଉଦାହରଣ ସାମ୍ନାକୁ ଆସିଛି। ସର୍ବଦା ଭାରତର ଅରୁଣାଚଳ ପ୍ରଦେଶକୁ ନିଜର କହୁଥିବା ଚାଇନା ଏବେ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ୩ଟି ଗାଁ ସ୍ଥାପନ କରିଛି। ଅରୁଣାଚଳ ପ୍ରଦେଶର ପଶ୍ଚିମଭାଗରେ ଥିବା ଭାରତ-ଚାଇନା-ଭୁଟାନର ମିଳନ ସ୍ଥଳ ପାଖରେ ଥିବା ବୁମ୍ ଲା ପାସଠାରୁ ମାତ୍ର ୫ କିମି ଦୂରରେ ଚାଇନା ୩ଟି ଗାଁ ତିଆରି କରିଥିବା ସ୍ୟାଟେଲାଇଟ୍‌ ଇମେଜ୍‌ରୁ ଜଣାପଡ଼ିଛି।

ଏହି ଅଞ୍ଚଳରେ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ତଥାପି ଚାଇନା ଏଠାରେ ୩ଟି ଗାଁ ତିଆରି କରି ଏହି ଅଞ୍ଚଳକୁ ନିଜର ବୋଲି ଦାବି କରିବାକୁ ଉଦ୍ୟମ କରିଛି। ଚାଇନା ଉପରେ ସର୍ବଦା ନଜର ରଖୁଥିବା ଡ. ବ୍ରହ୍ମା ଚେଲାନୀ କହିଛନ୍ତି, ଚାଇନା କମ୍ୟୁନିଷ୍ଟ ପାର୍ଟିର ହାନ୍ ଚାଇନିଜ ଏବଂ ତିବ୍ବତୀୟମାନଙ୍କୁ ଭାରତୀୟ ସୀମାରେ ଅବସ୍ଥାପିତ କରିବାକୁ ଚାହୁଁଛି। ଏପରି କରି ବେଜିଂ ନିଜର ଟେରିଟରିଆଲ ଦାବିକୁ ଅଧିକ ସୁଦୃଢ଼ କରିବ ଓ ଭାରତ ସହ ଚାଲିଥିବା ସୀମା ବିବାଦକୁ ଆହୁରି ତୀବ୍ର କରିବା ଲକ୍ଷ୍ୟରେ ରହିଛି।

ଦକ୍ଷିଣ ଚାଇନା ସାଗରରେ ଚାଇନା ଯେମିତି ନିଜ ମତ୍ସ୍ୟଜୀବୀଙ୍କୁ ଢାଳ କରି ଏଠାରେ ନିଜର ଦାବି ଜାହିର କରୁଛି, ଠିକ୍‌ ଭାରତୀୟ ସୀମାରେ ସାଧାରଣ ଲୋକଙ୍କୁ ଆଗରେ ରଖି ବେଜିଂ ନିଜର ବିସ୍ତାରବାଦୀ ନୀତିକୁ ଆଗକୁ ନେବାକୁ ଯୋଜନା କରିଛି ବୋଲି ସେ କହିଛନ୍ତି।

ନୂଆ ସ୍ୟାଟେଲାଇଟ ଇମେଜ୍‌ରୁ ଜଣାପଡ଼ିଛି ଯେ, ଚାଇନା ଅରୁଣାଚଳପ୍ରଦେଶ ନିକଟରେ ଗାଁଗୁଡ଼ିକ ପ୍ରତିଷ୍ଠା କରି ଜୋରସୋରରେ ଏଠାରେ ନିର୍ମାଣ କାମ ଆରମ୍ଭ କରିଦେଇଛି। ଏହାପୂର୍ବରୁ ଭୁଟାନ ସୀମରେ ଚାଇନା ୨ କିମି ଭିତରକୁ ପଶି ଗାଁ ନିର୍ମାଣ କରୁଥିବାର ଫଟୋ ସାମ୍ନା ଆସିଥିଲା। ଏହି ଗାଁଗୁଡ଼ିକ ବିବାଦୀୟ ଡୋକଲାମ ଠାରୁ ମାତ୍ର ୭କିମି ଦୂରରେ ରହିଥିଲା। ଡୋକଲାମକୁ ନେଇ ୨୦୧୭ରେ ଭାରତ ଓ ଚାଇନା ମଧ୍ୟରେ ଦୀର୍ଘ ୭୦ ଦିନ ଧରି ବିବାଦ ଲାଗି ରହିଥିଲା।

ଏବେ ପ୍ଲାନେଟ୍‌ ଲ୍ୟାବରୁ ମିଳିଥିବା ଛବି ଅନୁଯାୟୀ, ୨୦୨୦ ଫେବୃଆରୀ ୧୭ ସୁଦ୍ଧା ଏଠାରେ ଗୋଟିଏ ଗାଁର ନିର୍ମାଣ କରାଯାଇଥିଲା। ଏହି ଗାଁରେ ୨୦ରୁ ଅଧିକ ଘର ରହିଥିବା ଦେଖିବାକୁ ମିଳିଥିଲା। ଘରଗୁଡ଼ିକ ଉପରେ ଥିବା ନାଲି ଛାତରୁ ଏହା ସ୍ପଷ୍ଟ ଦୃଶ୍ୟମାନ ହେଇଥିଲା।

ସେହିପରି ନଭେମ୍ବର ୨୮ରେ ସ୍ୟାଟେଲାଇଟ୍‌ ଇମେଜରୁ ଜଣାପଡ଼ିଛି ଯେ ଚାଇନା ଆଉ ଦୁଇଟି ଗାଁ ମଧ୍ୟ ଉକ୍ତ ଅଞ୍ଚଳରେ ତିଆରି କରିଛି। ଏହାର ଅର୍ଥ ମୋଟ ୩ଟି ଗାଁ ନିର୍ମାଣ ହୋଇଛି। ଏହି ୩ଟି ଗାଁରେ ୫୦ରୁ ଅଧିକ ଘର ରହିଛି। ଏହି ଗାଁଗୁଡ଼ିକୁ ଯିବା ଆସିବା ପାଇଁ ରାସ୍ତା ମଧ୍ୟ ତିଆରି କରାଯାଇଥିବା ଜଣାପଡ଼ିଛି।

The post ପୁଣି ଧରାପଡ଼ିଲା ଚାଇନା ଚାଲ୍‌: ଅରୁଣାଚଳ ସୀମାରେ ତିଆରି କରିଛି ୩ଟି ଗାଁ appeared first on Odisha Reporter.



from Odisha Reporter https://ift.tt/2Jyz7nT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages