ଚାଷୀଙ୍କୁ ସମର୍ଥନ କରି ଆନ୍ଦୋଳନ ସ୍ଥଳକୁ ଯିବେ କେଜ୍ରିୱାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 6, 2020

ଚାଷୀଙ୍କୁ ସମର୍ଥନ କରି ଆନ୍ଦୋଳନ ସ୍ଥଳକୁ ଯିବେ କେଜ୍ରିୱାଲ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦିଲ୍ଲୀ-ହରିଆଣା ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦୀର୍ଘ ୧୨ ଦିନ ହେଲା ଆନ୍ଦୋଳନ କରୁଥିବା ଚାଷୀଙ୍କ ପାଇଁ କ’ଣ ସବୁ ବ୍ୟବସ୍ଥା ହୋଇଛି, ତା’ର ସମୀକ୍ଷା କରିବା ପାଇଁ ଆଜି କେଜ୍ରିୱାଲ ଘଟଣା ସ୍ଥଳକୁ ଯିବେ ବୋଲି ଜଣାପଡ଼ିଛି। କେବଳ କେଜ୍ରିୱାଲ ନୁହନ୍ତି, ତାଙ୍କ ସରକାରରେ ଥିବା କ୍ୟାବିନେଟ୍‌ ମନ୍ତ୍ରୀମାନେ ମଧ୍ୟ ସିଙ୍ଘୁ ସୀମାକୁ ଯାଇ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଭେଟିବେ।

କୃଷି ଆଇନ ଉଚ୍ଛେଦ ଦାବିରେ ପଞ୍ଜାବ ଓ ହରିଆଣାର ଚାଷୀମାନେ ଉଭୟ ସିଙ୍ଘୁ ଏବଂ ଟିକରି ସୀମାରେ ୧୨ଦିନ ହେଲା ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଛନ୍ତି। ସେହିପରି ଗାଜିପୁର ସୀମାରେ ମଧ୍ୟ ଚାଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ଉତ୍ତର ପ୍ରଦେଶର ଶହଶହ କୃଷକ ମଧ୍ୟ ସାମିଲ ହେଉଛନ୍ତି।

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହାକୁ କେଜ୍ରିୱାଲଙ୍କ ସହ ୧୮ଟି ବିରୋଧୀ ଦଳ ସମର୍ଥନ ମଧ୍ୟ କରିଛନ୍ତି। କେଜ୍ରିୱାଲ ଟ୍ୱିଟ କରି କହିଥିଲେ ଯେ “୮ ତାରିଖରେ ଚାଷୀମାନେ ଦେଇଥିବା ଭାରତ ବନ୍ଦ ଡାକରାକୁ ଆମ ଆଦମୀ ପାର୍ଟି ପୂର୍ଣ୍ଣ ସମର୍ଥନ କରୁଛି।

ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦକୁ ସମଗ୍ର ଭାରତରେ ଥିବା ଆମ ଆଦମୀ ପାର୍ଟିର କର୍ମୀମାନେ ସମର୍ଥନ କରିବେ। ଲୋକମାନେ ଚାଷୀଙ୍କୁ ସମର୍ଥନ କରନ୍ତୁ ଓ ଭାରତ ବନ୍ଦରେ ସାମିଲ ହେବାକୁ ମୁଁ ନିବେଦନ କରୁଛି।”

The post ଚାଷୀଙ୍କୁ ସମର୍ଥନ କରି ଆନ୍ଦୋଳନ ସ୍ଥଳକୁ ଯିବେ କେଜ୍ରିୱାଲ appeared first on Odisha Reporter.



from Odisha Reporter https://ift.tt/33MNnQM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages