କାଳିଆ ହତ୍ୟା ମାମଲାରେ ବନ୍ଧା ହେଲେ ପଡୋଶୀ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 17, 2020

କାଳିଆ ହତ୍ୟା ମାମଲାରେ ବନ୍ଧା ହେଲେ ପଡୋଶୀ ମହିଳା

ଢ଼େଙ୍କାନାଳ(ଓଡ଼ିଶା ରିପୋର୍ଟର): ଢ଼େଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଖଙ୍କିରା ଗାଁର କୂଅରୁ ଉଦ୍ଧାର ହୋଇଥିବା ୩ ବର୍ଷର ଶିଶୁ କାଳିଆର ହତ୍ୟାକାରୀ ଗିରଫ। ନିହଲପ୍ରସାଦ ଥାନା ପୁଲିସ ହତ୍ୟାକାରୀକୁ ଗିରଫ କରିଛି । ହତ୍ୟାକାରୀ ହେଲେ କାଳିଆର ପଡୋଶୀ ଘର ମହିଳା ଭାରତୀ ସାହୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୩ ବର୍ଷର ଶିଶୁକୁ ହତ୍ୟା କରିଥିବା ନେଇ ମହିଳା ଜଣକ ପୁଲିସ  ଆଗରେ ସ୍ୱୀକାର କରିଛନ୍ତି । ପ୍ରଥମେ କାଳିଆକୁ ତଣ୍ଟି ଚିପ ହତ୍ୟା କରିବା ପରେ କୂଅକୁ ଫିଙ୍ଗି ଦେଇଥିବା ନେଇ ଅଭିଯୁକ୍ତ ମହିଳା ପୁଲିସ ଆଗରେ ବୟାନ ଦେଇଛନ୍ତି ।

ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁ ଦାଣ୍ଡରେ ଖେଳୁ ଖେଳୁ ନିଖୋଜ ହୋଇଯାଇଥିଲା ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ। ବହୁ ଖୋଜାଖୋଜି ପରେ ପରିବାର ଲୋକେ ଛୁଆଟିର ପତ୍ତା ପାଇ ନ ଥିଲେ। ତେବେ ନିଖୋଜ ହେବାର ୧୨ ଘଣ୍ଟା ପରେ  ଗୁରୁବାର ସକାଳୁ ଏକ କୂଅରୁ ଶିଶୁ ପୁତ୍ରର ମୃତଦେହ ମିଳିଥିଲା । ପରେ ପ୍ରାଥମିକ ତଦନ୍ତରୁ ଶିଶୁଟିକୁ କେହି ହତ୍ୟା କରି କୂଅ ଭିତରେ ଫିଙ୍ଗି ଦେଇଥିବା ନେଇ ପୁଲିସ ସନ୍ଦେହ କରିଥିଲା ।

ଏହି ମାମଲାରେ ଗତକାଲି ପୁଲିସ ସନ୍ଦେହରେ ଚନ୍ଦନ ସାହୁଙ୍କ ପଡିଶା ଘରର ଭାରତୀ ସାହୁ ଓ ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଆଜି ସେ ପୁଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଛି । ଦଫା ୩୦୨ ଓ ୨୦୧ରେ ମାମଲା ରୁଜୁ କରି ଅଭୁଯୁକ୍ତି ଭାରତୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।

The post କାଳିଆ ହତ୍ୟା ମାମଲାରେ ବନ୍ଧା ହେଲେ ପଡୋଶୀ ମହିଳା appeared first on Odisha Reporter.



from Odisha Reporter https://ift.tt/37sdy1i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages