‘୯୦ ମୁହାଁ ତେଲ ଦର, ମୋ ମତରେ ୪୦ ହେବା କଥା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 7, 2020

‘୯୦ ମୁହାଁ ତେଲ ଦର, ମୋ ମତରେ ୪୦ ହେବା କଥା’

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଏବେ ହୁ ହୁ ହୋଇ ବଢ଼ି ଚାଲିଛି। ୧୮ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୫ ପଇସା ଏବଂ ଡିଜେଲ ୩ ଟଙ୍କା ୪୧ ପଇସା ବୃଦ୍ଧି ପାଇଛି। ସୋମବାର ମଧ୍ୟ ପେଟ୍ରୋଲ ଲିଟର ପିଛା ୨୬ ପଇସା ଏବଂ ଡିଜେଲ ୩୦ ପଇସା ବୃଦ୍ଧି ପାଇଥିଲା। ବଢ଼ୁଥିବା ତେଲ ଦର ପାଇଁ ଖାଦ୍ୟ ସାମଗ୍ରୀର ଦାମ୍ ମଧ୍ୟ ବୃଦ୍ଧି ପାଇଛି। ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସୁବ୍ରମଣ୍ୟମ ସ୍ୱାମୀ। ସେ କହିଛନ୍ତି ଯେ ଭାରତ ସରକାରଙ୍କ ଦ୍ୱାରା ଏହି ଦର ବୃଦ୍ଧି ସବୁଦିନ ପାଇଁ ଲୋକେ ମନେ ରଖିବେ। ଏହା ଏକ ପ୍ରକାର ଶୋଷଣ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଅଶୋଧିତ ତେଲର ଦାମ ଲିଟର ପିଛା ୩୦ ଟଙ୍କା। ସମସ୍ତ ଟିକସ ଏବଂ ପେଟ୍ରୋଲ ପମ୍ପ କମିଶନକୁ ମିଶାଇଲେ ୬୦ ଟଙ୍କା ହେବା କଥା ବୋଲି ସେ କହିଛନ୍ତି। ତାଙ୍କ ମତରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୪୦ ଟଙ୍କା ବିକ୍ରି ହେବା କଥା ବୋଲି ଟ୍ୱିଟ କରି କହିଛନ୍ତି। ୨୦୧୮ ପରେ ମୁମ୍ବାଇରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ୯୦ ଟଙ୍କା ପାଖାପାଖି ହୋଇଛି ବୋଲି ସେ କହିଛନ୍ତି।

ଦିଲ୍ଲୀରେ ପେଟ୍ରୋଲ ଦର ସୋମବାର ୮୩.୭୧ ଟଙ୍କା ରହିଥିବା ବେଳେ ଡିଜେଲ ୭୩.୮୭ ଟଙ୍କା ଥିଲା। ନଭେମ୍ବର ୨୦ରୁ ମୋଟ୍ ୧୫ଥର ପର୍ଯ୍ୟାୟକ୍ରମେ ବଢ଼ିଛି। ସେପ୍ଟେମ୍ବର ୨୦୧୮ ଠାରୁ ଏବେର ଦର ସର୍ବୋଚ୍ଚ ସ୍ତର ବୋଲି ଜଣାପଡ଼ିଛି। କୋଭିଡ୍ ଟିକାର ଚାହିଦା ମେଣ୍ଟାଇବା ପାଇଁ ସରକାର ଏବେ ତେଲ ଦରରୁ ଆୟ ଅର୍ଥକୁ ସଂଗ୍ରହ କରୁଥିବା ଆକଳନ କରାଯାଉଛି।

The post ‘୯୦ ମୁହାଁ ତେଲ ଦର, ମୋ ମତରେ ୪୦ ହେବା କଥା’ appeared first on Odisha Reporter.



from Odisha Reporter https://ift.tt/3oy7TfP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages