ବେଙ୍ଗାଲୁରୁ: ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତ୍ୟୁର ବର୍ଷେରୁ ଊର୍ଦ୍ଧ୍ୱ ସମୟ ପରେ କମ୍ପାନୀରେ ନିଯୁକ୍ତ ହୋଇଛନ୍ତି ନୂଆ ସିଇଓ। ଭିଜି ସିଦ୍ଧାର୍ଥଙ୍କ ପତ୍ନୀ ମାଳବିକା ହେଗଡେ ଏହାର ନୂଆ ସିଇଓ ଭାବେ ମନୋନୀତ ହୋଇଛନ୍ତି। କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ମାଳବିକା ପୂର୍ବରୁ କମ୍ପାନୀର ନନ୍-ଏକ୍ଜିକ୍ୟୁଟିଭ ଡାଇରେକ୍ଟର ଥିଲେ।
ଏଥିସହ କମ୍ପାନୀ ପକ୍ଷରୁ ଆଉ ୩ ଜଣଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି। ଏନେଇ କମ୍ପାନୀ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ସୂଚିତ କରାଯାଇଛି। ଆସନ୍ତା ୨୦୨୫ ଡିସେମ୍ବର ୩୦ ପର୍ଯ୍ୟନ୍ତ ଏହି ବୋର୍ଡ କାର୍ଯ୍ୟକ୍ଷମ କରିବ ବୋଲି ଜଣାଯାଇଛି।
ଗତବର୍ଷ ଜୁଲାଇରେ ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ନିଖୋଜକୁ ନେଇ ଆରମ୍ଭ ହୋଇଥିଲା ତନାଘନା । ନିଖୋଜର ଦୁଇ ଦିନ ପରେ କର୍ଣ୍ଣାଟକାର ମେଙ୍ଗାଲୁରୁ ସ୍ଥିତ ନେତ୍ରବତୀ ନଦୀ କୂଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ବ୍ୟବସାୟରେ କ୍ଷତି ହେଉଥିବା ବେଳେ ବାରମ୍ୱାର ଇନ୍କମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ଚଢ଼ାଉ ଯୋଗୁ ସେ ଆତ୍ମହତ୍ୟା କରିଥିବା ଏକ ଚିଠିରୁ ଜଣାପଡ଼ିଥିଲା।
ଆୟକର ବିଭାଗର ଅଧିକାରୀମାନେ ତାଙ୍କ କମ୍ପାନୀକୁ ସିଲ୍ କରିବା ପାଇଁ ବାରମ୍ବାର ଚାପ ପକାଇବା ସହ ହଇରାଣ କରୁଥିଲେ ବୋଲି ସିଦ୍ଧାର୍ଥ ତାଙ୍କ ‘ଶେଷ’ ଚିଠିରେ ଉଲ୍ଲେଖ କରିଥିଲେ।
ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ପାନୀର ଭବିଷ୍ୟତକୁ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା । ଦେଶ ସାରା ତଥା ଦେଶ ବାହାରେ ସିସିଡିର ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ ଚେନ୍ ରହିଛି। ଭାରତ ପରି ଏକ ଚା’ ପ୍ରିୟ ଦେଶରେ କଫି ଟ୍ରେଣ୍ଡ ଆରମ୍ଭ କରି ଜଣେ ସଫଳ ବିଜନେସମ୍ୟାନ୍ ହୋଇପାରିଥିବା ସିଦ୍ଧାର୍ଥ ଯେ ଏପରି ଚରମ ନିଷ୍ପତ୍ତି ନେବେ ତାହାକୁ କେହି ସହଜେ ଗ୍ରହଣ କରି ପାରି ନ ଥିଲେ। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ସିସିଡିର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଥିବା ବେଳେ ଶେଆର ମାର୍କେଟରେ ମଧ୍ୟ ଏହାର ମୂଲ୍ୟ ବହୁତ ଖସି ଯାଇଥିଲା।
The post CCDକୁ ମିଳିଲା ନୂଆ ସିଇଓ appeared first on Odisha Reporter.
from Odisha Reporter https://ift.tt/36SxN7W
No comments:
Post a Comment