ପାକିସ୍ତାନୀ ମହିଳା ହେଲେ ଉତ୍ତର ପ୍ରଦେଶ ଗାଁର ମୁଖିଆ, ଜଣାପଡ଼ିବା ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 31, 2020

ପାକିସ୍ତାନୀ ମହିଳା ହେଲେ ଉତ୍ତର ପ୍ରଦେଶ ଗାଁର ମୁଖିଆ, ଜଣାପଡ଼ିବା ପରେ…

ଆଗ୍ରା: ଉତ୍ତର ପ୍ରଦେଶରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ରାଜ୍ୟର ଇଟା ଜିଲ୍ଲାର ଏକ ଗାଁରେ ପାକିସ୍ତାନ ମହିଳାଙ୍କୁ ମୁଖିଆ କରାଯାଇଥିବା ଖବର ସାମ୍ନାକୁ ଆସିଛି। ମହିଳା ଜଣକ ହେଲେ ୬୫ ବର୍ଷୀୟା ବାନୋ ବେଗମ୍। ବାନୋଙ୍କର ଗାଁର ମୁଖିଆ ହେବା ସ୍ଥାନୀୟ ପୁଲିସ୍ ଓ ପ୍ରଶାସକଙ୍କୁ ବଡ଼ ଝଟକା ଦେଇଛି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏହି ପାକିସ୍ତାନୀ ମହିଳା ଜଣକ ଭାରତୀୟ ଆଧାର କାର୍ଡ, ଭୋଟର୍ ପରିଚୟପତ୍ର ଓ ଅନ୍ୟ ଡକ୍ୟୁମେଣ୍ଟ କିପରି ପାଇଲେ। ଏ ନେଇ ଥାନାରେ ଏକ ମାମଲା ମଧ୍ୟ ଦାୟର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୩୫ ବର୍ଷ ତଳେ ବାନୋଙ୍କର ଗୁଦାରୁ ଗାଁରେ ବିବାହ ହୋଇଥିଲା। ସେ ଭାରତରେ ଲଙ୍ଗ ଟର୍ମ ଭିସାରେ ରହିଆସୁଛନ୍ତି। କିନ୍ତୁ ପାକିସ୍ତାନ ନାଗରିକ ହେବା ଅଭିଯୋଗ ଆସିବା ପରେ ମହିଳାଙ୍କୁ ମୁଖିଆ ପଦରୁ ଇସ୍ତଫା ଦେବାକୁ ଦାବି କରାଯାଇଥିଲା। ଏପରିକି ଜିଲ୍ଲା ପଞ୍ଚାୟତରାଜ ଅଧିକାରୀ (DPRO) ଏହି ମାମଲାରେ ଗ୍ରାମ ପଞ୍ଚାୟତ ସଚିବଙ୍କୁ ମହିଳାଙ୍କ ବିରୋଧରେ ଏଫଆଇଆର୍ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ମହିଳା ଜଣକ ପାକିସ୍ତାନର କରାଚୀରେ ରୁହନ୍ତି। ୨୦୧୫ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସେ ଗାଁର ପଞ୍ଚାୟତର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଚଳିତ ବର୍ଷ ଜାନୁଆରୀ ୯ ତାରିଖରେ ଗାଁର ମୁଖିଆ ଥିବା ଶେହନାତ୍ ବେଗମଙ୍କ ଦେହାନ୍ତ ହୋଇଥିଲା। ଯାହାର କିଛି ଦିନ ପରେ ଗାଁ କମିଟିର ସୁପାରିସ୍ କ୍ରମେ ବାନୋଙ୍କୁ ମୁଖିଆ ଭାବେ ବଛା ଯାଇଥିଲା।

ତେବେ ଗାଁର ଜଣେ ବାସିନ୍ଦା କୁୱେଦାନ ଖାନ୍ ମହିଳା ଜଣକ ପାକିସ୍ତାନୀ ହୋଇଥିବା ଅଭିଯୋଗ କରିଥିଲେ। ପୁଲିସ୍ ତଦନ୍ତରେ ଜଣାପଡ଼ିଲା ଯେ ବାନୋ ହେଉଛନ୍ତି ଜଣେ ପାକିସ୍ତାନୀ। ଯାହା ପରେ ବାନୋଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ତଦନ୍ତ ବେଳେ ମହିଳା ଜଣକ ନିଜକୁ ପାକିସ୍ତାନୀ ନାଗରିକ କହିବା ସହ ତାଙ୍କ ପାଖରେ କିପରି ଭାରତୀୟ ଭୋଟର ପରିଚୟପତ୍ର, ଆଧାର କାର୍ଡ ଆସିଲା, ତା’ର ଖୁଲାସା କରିଥିଲେ।

The post ପାକିସ୍ତାନୀ ମହିଳା ହେଲେ ଉତ୍ତର ପ୍ରଦେଶ ଗାଁର ମୁଖିଆ, ଜଣାପଡ଼ିବା ପରେ… appeared first on Odisha Reporter.



from Odisha Reporter https://ift.tt/2JxyOJL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages