ମଣିଷ ଆଖି ଭିଜାଇ ଦେଲା ମା’ ଥାଇ ଅନାଥ ହୋଇଥିବା ହାତୀ ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 31, 2020

ମଣିଷ ଆଖି ଭିଜାଇ ଦେଲା ମା’ ଥାଇ ଅନାଥ ହୋଇଥିବା ହାତୀ ଛୁଆ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ଉପକଣ୍ଠ ସୁନାପୁରରୁ ଉଦ୍ଧାର ହୋଇଥିବା ହାତୀ ଛୁଆକୁ ଢେଙ୍କାନାଳର କପିଳାସ ଜଙ୍ଗଲକୁ ପଠାଇ ଦିଆଯାଇଛି। ଆଜି ଟମଣା ନର୍ସରୀରୁ ଏକ ଗାଡ଼ିରେ ବନ ବିଭାଗ କର୍ମଚାରୀ ତାକୁ କପିଳାସ ଅଭିମୁଖେ ନେଇ ଯାତ୍ରା କରିଛନ୍ତି। ସେଠାରେ ଜଙ୍ଗଲରେ ପ୍ରାକୃତିକ ଆବାସସ୍ଥଳୀରେ ହାତୀ ଛୁଆଟିକୁ ଛଡ଼ାଯିବ। ବ୍ରହ୍ମପୁରରୁ ଢେଙ୍କାନାଳ ପାଖାପାଖି ୩୦୦ କିଲୋମିଟର ହୋଇଥିବା ବେଳେ ଏହି ଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା କରିଛି ବନବିଭାଗ। ଗାଡ଼ିରେ ହାତୀ ଛୁଆ ପାଇଁ ଖାଇବା ଓ ଔଷଧ ମଧ୍ୟ ନିଆଯାଇଛି।

ତେବେ ହାତୀ ଛୁଆଟିକୁ ଟମଣା ନର୍ସରୀରୁ ବିଦାୟ ଦିଆଯିବା ବେଳେ ସୃଷ୍ଟି ହୋଇଥିଲା ଭାବବିହ୍ୱଳ ପରିବେଶ। ମା’ ଥାଇ ଅନାଥ ହୋଇଯାଇଥିବା ଏହି ହାତୀ ଛୁଆର ମାତ୍ର ଦୁଇ ଦିନ ଯତ୍ନ ନେଇଥିବା ବନ କର୍ମଚାରୀମାନେ ତାକୁ ଆପଣାର କରି ନେଇଥିଲେ। ହାତୀ ଛୁଆଟି ମଧ୍ୟ ସେମାନଙ୍କ ସହ ମିଶି ଯାଇଥିଲା। ଘଣ୍ଟାକୁ ଘଣ୍ଟା ତାକୁ ଖାଇବାକୁ ଦେବା ସହିତ ତା’ ସ୍ୱାସ୍ଥ୍ୟର ଯତ୍ନ ନେଉଥିଲେ ଏହି କର୍ମଚାରୀମାନେ। ଆଉ ଯେତେବେଳେ ଆଜି ହାତୀ ଛୁଆଟିକୁ ଗାଡ଼ି ଉପରକୁ ଚଢ଼ାଇ ଦିଆଗଲା ସେତେବେଳେ ସେହି କର୍ମଚାରୀମାନେ କୋହ ସମ୍ଭାଳି ପାରି ନଥିଲେ। ସେମାନଙ୍କ ଆଖିରେ ଲୁହ ଆସିଯାଇଥିଲା। ହାତୀ ଛୁଆ ଏଠାରୁ ଚାଲିଯିବା ପରେ ସ୍ଥାନୀୟ ଲୋକେ ବି ଦୁଃଖ ପ୍ରକାଶ କରିଛନ୍ତି।

ଦୁଇ ଦିନ ଧରି ହାତୀଛୁଆଟିର ସେବା କରିଥିବା ଫରେଷ୍ଟ ଗାର୍ଡ ସନ୍ତୋଷ କୁମାର ସାହୁ କହିଛନ୍ତି, “ଆସିଲା ବେଳେ ତା’ ଦେହରେ କ୍ଷତ ଥିଲା। କିନ୍ତୁ ଚିକିତ୍ସା ପରେ ସେ ସୁସ୍ଥ ହୋଇଯାଇଛି। ଭୋକ କଲେ ସେ ରଡ଼ି ଛାଡ଼ୁଥିଲା। ସେ ରଡ଼ି ଛାଡ଼ିଲେ ମୁଁ ତାକୁ ଖାଇବାକୁ ଦିଏ। ଦୁଇ ଦିନ ଭିତରେ ସେ ମୋ ନିଜ ଛୁଆ ଭଳି ହୋଇଯାଇଥିଲା। ମୋତେ ଜମାରୁ ପାଖରୁ ଛାଡ଼ୁ ନଥିଲା ଓ ଗେଲ ହେଉଥିଲା। ସେ ଏଠାରୁ ପଳାଇବା ପରେ ଆମକୁ ଭାରି କଷ୍ଟ ଲାଗୁଛି।”

ସୂଚନାଯୋଗ୍ୟ, ପାଣିରେ ଗାଧୋଇବାର ମଜା ନେବା ବେଳେ ଭାସି ଯାଉଥିବା ଏହି ହାତୀ ଛୁଆକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଏହା ପରେ ବନ ବିଭାଗ କର୍ମଚାରୀମାନେ ହାତୀ ଛୁଆଟିକୁ ତା’ ଦଳକୁ ପୁଣି ଫେରାଇ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗୋଠ ଛଡ଼ା ହୋଇଥିବା ଏହି ହାତୀ ଛୁଆଟିକୁ ଆଉ ତା’ ମା’ ଗ୍ରହଣ କରି ନଥିଲା। ସେ ବାରମ୍ବାର ତାକୁ ତଡ଼ି ଦେଇଥିଲା। ଏହା ପରେ ବନ କର୍ମଚାରୀମାନେ ତାକୁ ଟମଣା ନର୍ସରୀରୁ ଆଣି ତା’ର ଚିକିତ୍ସା କରିଥିଲେ। ସେହିପରି ଖାଇବାପିଇବା ଶିଖି ନଥିବାରୁ ନିଯୁକ୍ତ ବନ କର୍ମଚାରୀମାନେ ତାକୁ ଖୁଆଇଥିଲେ।

The post ମଣିଷ ଆଖି ଭିଜାଇ ଦେଲା ମା’ ଥାଇ ଅନାଥ ହୋଇଥିବା ହାତୀ ଛୁଆ appeared first on Odisha Reporter.



from Odisha Reporter https://ift.tt/38SHtz2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages