ମାଲକାନଗିରି(ଓଡ଼ିଶା ରିପୋର୍ଟର): ଧର୍ମାନ୍ତରୀକରଣ କାଳ ହେଲା। ବଞ୍ଚିଥିବା ବେଳେ ଧର୍ମ ପରିବର୍ତ୍ତନ କରିଥିବା ବୃଦ୍ଧଙ୍କ ପରିବାର ଏବେ ଭୋଗୁଛନ୍ତି ଏହାର ପରିଣାମ। ଧର୍ମ ପରିବର୍ତ୍ତନ କରିଥିବାରୁ ମୃତ୍ୟୁ ପରେ ବୃଦ୍ଧଙ୍କ ଶବକୁ ଗାଁ ଶ୍ମଶାନରେ ମିଳୁନି ଜାଗା। ଏହାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିବା ବେଳେ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ୍ ମଧ୍ୟ ମୁତୟନ ହୋଇଛନ୍ତି। ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାଶୁଝା କରୁଥିବା ବେଳେ ସମାଧାନର ବାଟ ବାହାରି ପାରି ନ ଥିବା ଜଣାଯାଇଛି।
ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ବ୍ଲକର ଚାଲାଣଗୁଡା ପଞ୍ଚାୟତର ଡୁଡିଗୁଡା ଗ୍ରାମରେ। ଜଣେ ବ୍ୟକ୍ତି ଗୋଟିଏ ଧର୍ମ ଗ୍ରହଣ କରିଥିବାରୁ ମତ୍ୟୁବରଣ କରିବା ପରେ ତାକୁ ଗାଁ ଶ୍ମଶାନରେ ପୋତିବାକୁ ଗ୍ରାମବାସୀ ମନା କରୁଛନ୍ତି । ଯାହାକୁ ନେଇ ଉତ୍ତେଜନା ଲାଗି ରହିଛି ।
ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକର ଚାଲାଣଗୁଡା ପଞ୍ଚାୟତର ଡୁଡିଗୁଡା ଗ୍ରାମର ୭୦ ବର୍ଷ ବୟସ୍କ ପାଣ୍ଠୁ ମାଡକାମୀ କିଛି ବର୍ଷ ପୂର୍ବେ ଧର୍ମ ପରିବର୍ତ୍ତନ କରିଥିଲେ । ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ମୃତଦେହକୁ ଗାଁ ଶ୍ମଶାନରେ ପୋତିବା ପାଇଁ ପରିବାର ଲୋକେ ଯାଉଥିବା ବେଳେ ଗ୍ରାମବାସୀ ଏହାକୁ ବାରଣ କରିଥିଲେ । ତେବେ ଏହି ଶ୍ମଶାନରେ ଶବକୁ ନପୋତି ଅନ୍ୟତ୍ର ନେବାକୁ ଗ୍ରାମବାସୀ ଦାବି କରିଥିଲେ । ତେବେ ପରିବାର ଲୋକେ କିନ୍ତୁ ଗାଁ ଶ୍ମଶାନରେ ହିଁ ଶବକୁ ପୋତିବେ ବୋଲି ଜିଦ୍ ଧରି ବସିଥିବାରୁ ଗ୍ରାମରେ ଉତ୍ତେଜନା ଲାଗି ରହିଥିଲା । ଏପରିକି ଉଭୟ ଗୋଷ୍ଠି ନିଜ ଜିଦ୍ରେ ଅଟଳ ଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସମାଧାନର କୌଣସି ବାଟ ବାହାରି ପାରି ନ ଥିଲା।
ଖବର ପାଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଗୁଣନିଧୁ ନାୟକ ଓ ସ୍ଥାନୀୟ ଥାନା ଅଧିକାରୀ ଘଟଣାସୁଳରେ ପହଞ୍ଚି ବହୁ ସମୟ ବୁଝାସୁଝା କରିବା ପରେ ସମାଧାନର ବାଟ ବାହାରିଥିଲା। ଏହାପରେ ଗାଁ ଶ୍ମଶାନରେ ମୃତଦେହର ପୋତା ଯାଇଥିବା ଜଣାଯାଇଛି।
The post ଧର୍ମାନ୍ତରୀକରଣ କାଳ ହେଲା, ଶେଷରେ ଶ୍ମଶାନରେ ବି ମିଳିଲାନି ଜାଗା appeared first on Odisha Reporter.
from Odisha Reporter https://ift.tt/2JycJuf
No comments:
Post a Comment