ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ସାରା ଦୁନିଆର ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଛି। ହେଲେ ଏସିଆ ତଥା ଭାରତର ସବୁଠୁ ଧନୀ ବ୍ୟକ୍ତି ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ୱାନୀଙ୍କ ବ୍ୟବସାୟ ପ୍ରଭାବିତ ହୋଇନି। ମହାମାରୀ ବେଳେ ଅମ୍ୱାନୀ ତାଙ୍କ ଜିଓର ଶେୟାରକୁ ବିଭିନ୍ନ ଅନ୍ତର୍ଜାତିକ ବ୍ୟବସାୟୀଙ୍କୁ ବିକ୍ରି କରିବାରେ ସଫଳ ହୋଇଛନ୍ତି। ଏହାରି ଭିତରେ ତାଙ୍କର ଆର୍ଥିକ ସମ୍ପତ୍ତି ମଧ୍ୟ ବଢ଼ିଛି। ସେ ଏବେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି। ତାଙ୍କ ସମ୍ପତ୍ତି ଦ୍ୱିତୀୟ ଧନୀ ବ୍ୟକ୍ତିଙ୍କଠାରୁ ଦୁଇ ଗୁଣା ଅଧିକ ବୋଲି ଜଣାପଡ଼ିଛି। ବ୍ଲୁମବୁର୍ଗ ଏହି ରିପୋର୍ଟ ପ୍ରକାଶ କରିଛି।
ରିଲାଏନ୍ସର ବାର୍ଷିକ ରାଜସ୍ୱ ୯୦ ବିଲିୟନ ଡଲାର ଏବଂ ପ୍ରାୟ ୧୯୫,୦୦୦ କର୍ମଚାରୀ ରହିଛନ୍ତି। ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ହେଉଛନ୍ତି ହଂକଂର କିଓକ୍ସ। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ରାଙ୍କିଙ୍ଗ୍ ଅନୁଯାୟୀ ଅମ୍ବାନୀଙ୍କ ସମ୍ପତ୍ତି ଦକ୍ଷିଣ କୋରିଆର ଲି ପରିବାର ଠାରୁ ତିନି ଗୁଣ ଅଧିକ ଏବଂ ଜାପାନର ତୋରାଇ ଏବଂ ସାଜି କ୍ଲାନର ମୋଟ ସମ୍ପତ୍ତିର ପାଞ୍ଚ ଗୁଣା ଅଧିକ।
ଅମ୍ୱାନୀଙ୍କ ଉତ୍ତରାଧିକାରୀ ମାନେ ଆମେରିକାର ପ୍ରମୁଖ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ଏବେ ତାଙ୍କର ଉତ୍ତାରାଧିକାରୀ କିଏ ହେବେ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ହେଲେ ରିଲାଏନ୍ସ ଏ ବାବଦରେ ନିଜକୁ ଦୂରେଇ ରଖିଛି।
ସୂଚନାଯୋଗ୍ୟ, ଧୀରବାଇ ଅମ୍ବାନୀଙ୍କର ୨୦୦୨ରେ ବିୟୋଗ ହୋଇଥିଲା। ଏହାପରେ ସମ୍ପତ୍ତି ଭାଗବଣ୍ଟା ନେଇ ମୁକେଶ ଏବଂ ତାଙ୍କ ସାନଭାଇ ଅନୀଲଙ୍କ ମଧ୍ୟରେ ବିବାଦ ବଢ଼ିଥିଲା। ପରେ ତାଙ୍କ ମା’ ହସ୍ତକ୍ଷେପ କରି ୨୦୦୫ରେ ସମ୍ପତ୍ତି ଭାଗ କରିଥିଲେ। ଯେଉଁଥିରେ ମୁକେଶଙ୍କୁ ତୈଳ ବିଶୋଧନ ଏବଂ ପେଟ୍ରୋକେମିକାଲ୍ ବ୍ୟବସାୟ ଏବଂ ଅନୀଲଙ୍କୁ ଫାଇନାନ୍ସ, ଇନଫ୍ରାଷ୍ଟକଚର, ବିଦ୍ୟୁତ୍ ଏବଂ ଟେଲିକମ୍ କ୍ଷେତ୍ର ମିଳିଥିଲା।
The post ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତିଙ୍କଠୁ ଅମ୍ୱାନୀଙ୍କ ସମ୍ପତ୍ତି କେତେ ଅଧିକ? appeared first on Odisha Reporter.
from Odisha Reporter https://ift.tt/3oruYAX
No comments:
Post a Comment