ଚେନ୍ନାଇ: ଟ୍ରକ ସହିତ ୧୨ଟି କାର ପିଟି ହୋଇଛି। ଶନିବାର ବେଙ୍ଗାଲୁରୁ-ତାମିଲନାଡୁ ଜାତୀୟ ରାଜପଥରେ ଏହି ଅଭାବନୀୟ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାର ଚିତ୍ର ସିସିଟିଭିରେ କଏଦ ହୋଇଥିବା ସୂଚନା ରହିଛି।
ଦୁର୍ଘଟଣାଟି ଧର୍ମପୁରୀ ନିକଟରେ ହୋଇଛି। ଏକ ସିମେଣ୍ଟ ବୋଝେଇ ଟ୍ରକଟି ପ୍ରଥମେ ଗୋଟିଏ କାରକୁ ଧକ୍କା ଦେଇ କିଛି ବାଟ ଟାଣି ନେଇଯାଇଥିଲା। ପରେ ରାସ୍ତାରେ ଆସୁଥିବା ଅନ୍ୟ କାର ଟ୍ରକ ଏବଂ କାରରେ ପିଟି ହୋଇଥିଲା। ଟ୍ରକ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ମୋଟ୍ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତ ଜଣଙ୍କ ବିପଦମୁକ୍ତ ରହିଛନ୍ତି ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
The post ଟ୍ରକ ସହିତ ପିଟି ହେଲା ୧୨ଟି କାର୍, ଚାଲିଗଲା ୪ ଜୀବନ appeared first on Odisha Reporter.
from Odisha Reporter https://ift.tt/3qRbbNb
No comments:
Post a Comment