ଡାକ୍ତରଙ୍କୁ ୧୦ ବର୍ଷ ସରକାରୀ ଡାକ୍ତରଖାନାରେ କାମ କରିବାକୁ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 12, 2020

ଡାକ୍ତରଙ୍କୁ ୧୦ ବର୍ଷ ସରକାରୀ ଡାକ୍ତରଖାନାରେ କାମ କରିବାକୁ ହେବ

ଲକ୍ଷ୍ନୌ: ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଆଇନ କଡ଼ାକଡ଼ି କରିଛନ୍ତି ଯୋଗୀ ସରକାର। ଏମବିବିଏସ ପଢ଼ି ପିଜି କରିବା ପରେ ଏଣିକି ରାଜ୍ୟରେ ସର୍ବନିମ୍ନ ୧୦ ବର୍ଷ ସରକାରୀ ଡାକ୍ତରଖାନାରେ କାମ କରିବାକୁ ହେବ। ଯଦି ମଝିରେ କେହି ଛାଡ଼ିବେ ତାହେଲେ ମୋଟା ଅଙ୍କର ଜୋରିମାନା ଦେବାକୁ ହେବ।

ସ୍ୱାସ୍ଥ୍ୟ ବିଭାଗର ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି ଯେ ଏହା ଏକ ପୁରୁଣା ବ୍ୟବସ୍ଥା ଏବଂ ଏହି ଆଦେଶ ଏପ୍ରିଲ ୩, ୨୦୧୭ ରେ ଜାରି କରାଯାଇଥିଲା। ଯେଉଁମାନେ ପୂର୍ବରୁ Provincial Medical and Health Services (PMHS)ରେ ଡାକ୍ତର ରହିଛନ୍ତି ସେମାନଙ୍କୁ ପିଜି ପାଇଁ ସ୍ୱତନ୍ତ୍ର ମାର୍କ ପ୍ରଦାନ କରାଯାଏ। ପୂର୍ବରୁ ଏହି ବ୍ୟବସ୍ଥା କରାଯାଇଛି। ଯେତେବେଳେ ଏହି ଏମବିବିଏମସ ଡାକ୍ତରମାନେ ଗ୍ରାମାଞ୍ଚଳରେ କାମ କରନ୍ତି, ସେତେବେଳେ ସେମାନେ ଅତିରିକ୍ତ ମାର୍କ ପାଆଇଥାନ୍ତି ଏବଂ ସେହି ଆଧାରରେ ସେ ସହଜରେ ପିଜିରେ ଆଡମିଶନ ପାଇଥାନ୍ତି।

ତେଣୁ ପିଜି କରି ଫେରିବା ପରେ ସେହି ଡାକ୍ତରମାନେ ଜନସାଧାରଣଙ୍କ ସେବା କରିବା ଉଚିତ୍ ଏବଂ ସରକାରୀ ବିଭାଗରେ ଦଶ ବର୍ଷ ନିରବଚ୍ଛିନ୍ନ ଭାବରେ ନିଜର ଦାୟିତ୍ୱ ସମ୍ପନ୍ନ କରିବା ଦରକାର। ୨୦୧୩ ଏବଂ ୨୦୧୭ ମସିହାରେ ଦିଆଯାଇଥିବା ଆଦେଶ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯଦି ଜଣେ ମଝିରୁ ସରକାରୀ ବିଭାଗରୁ ହଟିବା ପାଇଁ ଚିନ୍ତା କରୁଛି ତାହେଲେ ତାଙ୍କୁ କୋଟିଏ ଟଙ୍କା ଜୋରିମାନା ଦେବାକୁ ହେବ।

ସେହିପରି ଯଦି ଜଣେ ମେଡିକାଲ୍ ଅଧିକାରୀ ପିଜି ପାଠ୍ୟକ୍ରମ ଅଧାରୁ ଛାଡୁଛନ୍ତି, ତେବେ ତାଙ୍କୁ ଆସନ୍ତା ତିନି ବର୍ଷ ପାଇଁ ପିଜି ଡିଗ୍ରୀ ପାଠ୍ୟକ୍ରମରେ ପ୍ରବେଶ କରିବାକୁ ବାରଣ କରାଯିବ।

The post ଡାକ୍ତରଙ୍କୁ ୧୦ ବର୍ଷ ସରକାରୀ ଡାକ୍ତରଖାନାରେ କାମ କରିବାକୁ ହେବ appeared first on Odisha Reporter.



from Odisha Reporter https://ift.tt/37doDD9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages