ବିବାହ ବାର୍ଷିକୀରେ ପତ୍ନୀଙ୍କୁ ନିଆରା ଉପହାର, ଜହ୍ନରେ କିଣିଦେଲେ ଜମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 26, 2020

ବିବାହ ବାର୍ଷିକୀରେ ପତ୍ନୀଙ୍କୁ ନିଆରା ଉପହାର, ଜହ୍ନରେ କିଣିଦେଲେ ଜମି

ନୂଆଦିଲ୍ଲୀ: ବିବାହ ବାର୍ଷିକୀରେ ସ୍ତ୍ରୀଙ୍କୁ ନିଆରା ଉପହାର ଦେଲେ ସ୍ୱାମୀ। ଜହ୍ନରେ କିଣି ଦେଲେ ଜାଗା । ଜହ୍ନ ରାଇଜରେ ଜମି ଖଣ୍ଡେ କିଣି ସ୍ତ୍ରୀଙ୍କୁ ଏଭଳି ନିଆରା ଉପହାର ଦେଇଛନ୍ତି ରାଜସ୍ଥାନ ଆଜ୍ମେରର ଜଣେ ବ୍ୟକ୍ତି।  ଧର୍ମେନ୍ଦ୍ର ଅନିଜା ନାମକ ବ୍ୟକ୍ତି ତାଙ୍କ ପତ୍ନୀ ସ୍ୱପ୍ନା ଅନିଜାଙ୍କୁ ଏହି ଉପହାର ଦେଇଛନ୍ତି ।

ତାଙ୍କ ଅଷ୍ଟମ ବିବାହ ବାର୍ଷିକୀରେ ସ୍ତ୍ରୀଙ୍କୁ କିଛି ନିଆରା ଉପହାର ଦେବାକୁ ଚାହୁଁଥିଲେ ଧର୍ମେନ୍ଦ୍ର, ଯାହା ସମସ୍ତଙ୍କ ଠାରୁ ଭିନ୍ନ ହୋଇଥିବ । ଆଉ ସବୁଠୁ ସ୍ୱତନ୍ତ୍ର ହୋଇଥିବ ଭାବି ଭାବି ସେ ଜହ୍ନରେ ୩ ଏକର ଜାଗା କିଣି ନିଜ ସ୍ତ୍ରୀଙ୍କୁ ଉପହାର ଦେଇଛନ୍ତି । ନ୍ୟୁୟର୍କରେ ଥିବା ଲୁନା ସୋସାଇଟି ଇଣ୍ଟରନ୍ୟାସନାଲ ନାମକ ଏକ ଫାର୍ମ ଜରିଆରେ ସେ ଜହ୍ନରେ ଜାଗା କିଣିଛନ୍ତି ।

ଏଥିଲାଗି ତାଙ୍କୁ ପ୍ରାୟ ୧ ବର୍ଷ ସମୟ ଲାଗିଥିଲା । ଶେଷରେ ତାଙ୍କ ସ୍ୱପ୍ନ ପୂରଣ ହୋଇଛି । ସ୍ତ୍ରୀଙ୍କୁ ଜହ୍ନରେ ଜାଗା କିଣି ଦେବା ପରେ ସେ ବହୁତ ଖୁସି ଅନୁଭବ କରୁଥିବା କହିଛନ୍ତି । ପତ୍ନୀ ସ୍ୱପ୍ନା ମଧ୍ୟ ସ୍ୱାମୀଙ୍କ ଠାରୁ ଏଭଳି ଉପହାର ପାଇ ଖୁବ୍ ଆନନ୍ଦିତ। ସେ ଏଭଳି ଉପହାର ପାଇବେ ବୋଲି କେବେବି ଆଶା କରିନଥିଲେ ବୋଲି କହିଛନ୍ତି।

ଏହାପୂର୍ବରୁ କିଛି ମାସ ତଳେ ବିହାର ବୋଧଗୟାର ଜଣେ ବ୍ୟକ୍ତି ମଧ୍ୟ ଚନ୍ଦ୍ରରେ ଜାଗା କିଣିଥିଲେ । ସେ ଅଭିନେତା ଶହାରୁଖ ଖାନ ଓ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଠାରୁ ପ୍ରେରଣା ପାଇ ନିଜ ଜନ୍ମଦିନରେ ଜହ୍ନରେ ଏକ ଏକର ଜାଗା କିଣିଥିଲେ ।

The post ବିବାହ ବାର୍ଷିକୀରେ ପତ୍ନୀଙ୍କୁ ନିଆରା ଉପହାର, ଜହ୍ନରେ କିଣିଦେଲେ ଜମି appeared first on Odisha Reporter.



from Odisha Reporter https://ift.tt/34JxRoY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages