ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ୯ ମାସ ପରେ ଆଜି ଖୋଲିଛି ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ଥିବାରୁ ସକାଳୁ ସେମାନେ ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି। ଡିସେମ୍ବର ୩୧ ତାରିଖ ଯାଏଁ କେବଳ ସେବାୟତଙ୍କ ପରିବାର ଲୋକେ ହିଁ ଦର୍ଶନ କରିବେ।
ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ବ୍ୟାରିକେଡ୍ କରାଯାଇଛି। ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଆସି ପରିଚୟ ପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରୁଛନ୍ତି। ସେହିଭଳି ସେବାୟତଙ୍କର କୋଭିଡ୍ ଟେଷ୍ଟ ମଧ୍ୟ କରାଯାଉଛି।
ଜାନୁଆରୀ ୧ ଓ ୨ ତାରିଖରେ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ୩ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ଲୋକଙ୍କୁ ଦର୍ଶନ ଅନୁମତି ମିଳିବ। ତା’ପରେ ୬ ତାରିଖଠାରୁ ସାଧାରଣ ଲୋକେ ଦର୍ଶନ କରିପାରିବେ।
ଅନ୍ୟପକ୍ଷରେ ଆଜି ଦ୍ୱିତୀୟ ଦିନରେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ପୁରୀ ବାସିନ୍ଦା। ସେଠାରେ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ଆଜି ପାଳି ପଡ଼ିଛି ୪, ୧୩, ୧୬, ୧୮ ଓ ୨୦ ନମ୍ବର ୱାର୍ଡ ବାସିନ୍ଦାଙ୍କର। ସେଠାରେ ମଧ୍ୟ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ଏସଓପିରେ ଶ୍ରୀକ୍ଷେତ୍ରବାସୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏସ୍ପିଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ ଫୋର୍ସଙ୍କ ସହ ୨ ଅତିରିକ୍ତ ଏସ୍ପି, ୬ ଡିଏସ୍ପି ଓ ୯ଜଣ ଇନ୍ସପେକ୍ଟର ଏଥିପାଇଁ ମୁତୟନ ହୋଇଛନ୍ତି।
ମାର୍କେଟ ଛକ ବ୍ୟାରିକେଡ୍ ପାଖରେ ଟୋକନ୍ ଧରି ଲାଇନ୍ ଲଗାଇବା ପରେ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉଛି। ଧାଡ଼ିରେ ସିଂହଦ୍ୱାର, ବାଇଶିପାହାଚ ଓ ସାତପାହାଚ ଦେଇ କାଳିଆକୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।
The post ଖୋଲିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର appeared first on Odisha Reporter.
from Odisha Reporter https://ift.tt/3pqi9Hj
No comments:
Post a Comment