ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ ନେଇ ସୋଶାଲ ମିଡିଆରେ କଥା କଟାକଟି ହୋଇଛନ୍ତି ବିଜେଡି ଓ ବିଜେପି। ଏହି ମାମଲାରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୱିଟ୍ କରି ଟାର୍ଗେଟ କରିଥିଲେ। ତେବେ ଏହାର ପାଲଟା ଜବାବ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦିକା ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର।
.@dpradhanbjp ଭାଇ, ଆମ ମୁଖ୍ୟମନ୍ତ୍ରୀ ଚାହାଁନ୍ତି ଆମର ମା ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ। ଆପଣ କଣ ଚାହାଁନ୍ତି ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ? ଆମ ମା ଓ ଭଉଣୀମାନେ ଆଜିବି ଚମତ୍କାର ରୋଷେଇ କରନ୍ତି। ସୁଯୋଗ ମିଳିଲେ ସେମାନେ ଦେଶ ମଧ୍ୟ ଚଳାଇ ପାରିବେ।
— Pranab Prakash Das (@pranabpdas) December 27, 2020
ପ୍ରଣବ ନିଜ ଟ୍ୱିଟରେ ଧର୍ମେନ୍ଦ୍ରଙ୍କୁ ଟ୍ୟାଗ୍ କରି ଲେଖିଥିଲେ ଯେ, ଆମ ମୁଖ୍ୟମନ୍ତ୍ରୀ ଚାହାଁନ୍ତି ଆମର ମା’ ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ର୍ନିଦ୍ଧାରଣ କରନ୍ତୁ। ଆପଣ କଣ ଚାହାଁନ୍ତି ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ? ଆମ ମା’ ଓ ଭଉଣୀମାନେ ଆଜି ବି ଚମତ୍କାର ରୋଷେଇ କରନ୍ତି ସୁଯୋଗ ମିଳିଲେ ସେମାନେ ଦେଶ ମଧ୍ୟ ଚଳାଇ ପାରିବେ।
@pranabpdas ମୁଖ୍ୟମନ୍ତ୍ରୀଙ୍କୁ ଚାରିକାନ୍ଥ ଭିତରେ ବାନ୍ଧି ଓଡ଼ିଶାର ମା ଭଉଣୀ ଶିଶୁଙ୍କୁ ବଳାତ୍କାର,ହତ୍ୟା ଓ ତସ୍କରୀ ଭଳି ରାକେଟ ଚଳାଇଛନ୍ତି। ଆପଣଙ୍କ ଦଳର ମା ଭଉଣୀଙ୍କୁ ସଂସଦ ଓ ବିଧାନସଭା ରେ ବିମୁହଁରେ ତୁଣ୍ଡି ବାନ୍ଧି ରଖିଛନ୍ତି।
ବିଜେପି ଭଳି ମହିଳାଙ୍କୁ ଶାସନର କ୍ଷମତା କେନ୍ଦ୍ରରେ ରଖନ୍ତୁ ତାପରେ ମହିଳା ଶସକ୍ତିକରଣ କଥା କହିବେ। https://t.co/wI6BCRf5CB— Lekha Samantsinghar (@DrLekhaShree) December 27, 2020
ଲେଖାଶ୍ରୀ ପ୍ରଣବଙ୍କ ଟ୍ୱିଟର ଜବାବ ଦେଇ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଚାରିକାନ୍ଥ ଭିତରେ ବାନ୍ଧି ଓଡ଼ିଶାର ମା, ଭଉଣୀ, ଶିଶୁଙ୍କୁ ବଳତ୍କାର, ହତ୍ୟା ଓ ତସ୍କରୀ ଭଳି ରାକେଟ ଚଲାଇଛନ୍ତି। ଆପଣଙ୍କ ଦଳର ମା ଓ ଉଭଣୀଙ୍କୁ ସଂସଦ ଓ ବିଧାନସଭାରେ ବି ମୁହଁରେ ତୁଣ୍ଡିବାନ୍ଧି ରଖିଛନ୍ତି। ବିଜେପି ଭଳି ମହିଳାଙ୍କୁ ଶାସନର କ୍ଷମତା କେନ୍ଦ୍ରରେ ରଖନ୍ତୁ। ତା ପରେ ମହିଳା ସଶକ୍ତିକରଣ କଥା କହିବେ ବୋଲି କହି ଆକ୍ଷେପ କରିଛନ୍ତି ଲେଖାଶ୍ରୀ।
ସୂଚନାଯୋଗ୍ୟ, ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସରେ ପ୍ରଣବ ମହିଳା ସଶକ୍ତିକରଣ କଥା କହିଥିଲେ। ଏହି ଅବସରରେ ସେ କହିଥିଲେ, ମହିଳାମାନେ ଆଗକୁ ବଢ଼ିଲେ ରାଜ୍ୟ ଆଗକୁ ବଢ଼ିବ। ତେଣୁ ମହିଳାଙ୍କ ବିକାଶ ନିହାତି ଆବଶ୍ୟକ। ତେବେ ଏହାର ମଧ୍ୟ ଜବାବ ରଖିଥିଲା ବିଜେପି। ଯେଉଁ ଦଳ ମା’ ଓ ଭଉଣୀଙ୍କୁ ସୁରକ୍ଷା ଦେଇପାରୁନି, ସେହି ଦଳ ଏମାନଙ୍କ ସୁରକ୍ଷା କଥା କହିବା ଲଜ୍ଜାଜନକ ବୋଲି ବିଜେଡିକୁ ଟାର୍ଗେଟ୍ କରି କହିଥିଲା ବିଜେପି।
The post ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କଲେ ପ୍ରଣବ, ଜବାବ ଦେଲେ ଲେଖାଶ୍ରୀ appeared first on Odisha Reporter.
from Odisha Reporter https://ift.tt/3rAydbl
No comments:
Post a Comment