ନେପାଳରେ ଚାଇନାକୁ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

ନେପାଳରେ ଚାଇନାକୁ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଲୋକେ

କାଠମାଣ୍ଡୁ: ନେପାଳରେ ସରକାର ଭାଙ୍ଗିବା ପରେ ଏବେ ନେପାଳ କମ୍ୟୁନିଷ୍ଟ ପାର୍ଟିରେ କନ୍ଦଳ ଜାରି ରହିଛି। ଏହାର ସମଧାନ ପାଇଁ ନେପାଳରେ ପହଞ୍ଚିଛନ୍ତି ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଦୂତ। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀ, ଦଳର ସଭାପତି ପୁଷ୍ପକ କମଲ ଦହଲ ‘ପ୍ରଚଣ୍ଡ’ ଏବଂ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କ ସହିତ କାଠମାଣ୍ଡରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତ ଆଲୋଚନା କରିଥିଲେ। ହେଲେ କୌଣସି ସକାରାତ୍ମକ ଫଳ ନମିଳିବାରୁ ରବିବାର କାଠମାଣ୍ଡରେ ପହଞ୍ଚିଛନ୍ତି ଜିନପିଙ୍ଗଙ୍କ ଦୂତ ଗୁଓ ୟେଝୁ (Guo Yezhou)।

ଗୁଓ ନେପାଳରେ ପହଞ୍ଚିବା ପରେ ନେପାଳବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଚାଇନା ଦୂତାବାସକୁ ଘେରି ଯାଇ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପକୁ ବିରୋଧ କରିଛନ୍ତି ନେପାଳବାସୀ। ଗୋ ବ୍ୟାକ ନାରା ଦେବାସହିତ ନେପାଳର ଜମିକୁ ଫେରାଇ ଦେବା ପାଇଁ ଦାବି କରିଛନ୍ତି ଲୋକେ।

ସୂଚନାଯୋଗ୍ୟ, ନେପାଳ ନିକଟରେ ଏକ ନୂଆ ମାନଚିତ୍ର ପ୍ରକାଶ କରିଥିଲା। ଭାରତର କିଛି ଅଂଶକୁ ଜୋର ଜବରଦସ୍ତି ନିଜର ବୋଲି ଦାବି କରିଛି ନେପାଳ। ଚାଇନା ସମର୍ଥନରେ ନେପାଳ ତା’ର ସଂଶୋଧିତ ମ୍ୟାପ୍‌କୁ ସଂସଦରେ ପାସ୍‌ କରାଇଥିଲା। ଏଥିରେ ଭାରତର ଲିପୁଲେଖ, ଲିମପିୟାଧୁରା ଓ କଲାପାନୀକୁ ନେପାଳ ନିଜର ବୋଲି ଦର୍ଶାଇଛି। ସେହି ଦିନଠାରୁ କେ.ପି ଶର୍ମା ଓଲି ଦଳରୁ ସମାଲୋଚିତ ହୋଇ ଆସୁଥିଲେ।

ଏହାପରେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ କେପି ଶର୍ମା ସଂସଦ ଭାଙ୍ଗି କରିବାକୁ ପରାମର୍ଶ ଦେଇଥିଲେ। ଯାହାକୁ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ଅନୁମୋଦନ ଦେଇଥିଲେ। ଏହା ପରେ ଏପ୍ରିଲ-ମେ ମାସରେ ନିର୍ବାଚନ ହେବ ବୋଲି ଘୋଷଣା ହୋଇଛି। ଗତ ବୁଧବାର ଅପରାହ୍ନରେ ଓଲି ଏବଂ ଦହଲଙ୍କ ଦଳ ମଧ୍ୟରେ ଏକ ବୈଠକ ହୋଇଥିଲା ଯେଉଁଥିରେ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସର୍ବସମ୍ମତି କ୍ରମେ ଦଳର ସଂସଦୀୟ ନେତା ଭାବରେ ନିର୍ବାଚିତ ହୋଇଛନ୍ତି।

The post ନେପାଳରେ ଚାଇନାକୁ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଲୋକେ appeared first on Odisha Reporter.



from Odisha Reporter https://ift.tt/3aMK5B6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages