ବସକୁ ଧକ୍କା ଦେଲା ଟ୍ରକ: ୭ ମୃତ, ୨୦ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

ବସକୁ ଧକ୍କା ଦେଲା ଟ୍ରକ: ୭ ମୃତ, ୨୦ ଆହତ

ଗୌହାଟି: ଜାତୀୟ ରାଜପଥରେ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ରବିବାର ଆସାମର କୋକରାଝର ଜିଲ୍ଲାରେ ଏହି ଭୟଙ୍କର  ସଡ଼କ ଦୁର୍ଘଟଣା ଘଟିଛି। କୋକରାଝର ଜିଲ୍ଲାର ବୋଗରିବାଡି ଥାନା ଅଧିନରେ ଥିବା ପନବାରୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ସ୍ଥାନୀୟ ଲୋକେ ଦୁର୍ଘଟଣା ବାବଦରେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳକୁ ଆସି ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ପୁଲିସ କହିଛି।

ଯାତ୍ରିବାହୀ ବସଟି ସପ୍ତଗ୍ରାମରୁ ଘୁବରୀ ଅଭିମୁଖେ ଯାଉଥିଲା। ଟ୍ରକଟି ଗୌହାଟି ଅଭିମୁଖେ ଯାଉଥିଲା ବୋଲି ଜଣାପଡ଼ିଛି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲା ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରିଥିବା ବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

The post ବସକୁ ଧକ୍କା ଦେଲା ଟ୍ରକ: ୭ ମୃତ, ୨୦ ଆହତ appeared first on Odisha Reporter.



from Odisha Reporter https://ift.tt/2X2gyvr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages