ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା ଟ୍ରକ୍। ଟ୍ରକ୍ ପଛ ପଟେ ପିଟି ହୋଇଗଲା ଦ୍ରୁତ ଗତିରେ ଆସୁଥିବା ବାଇକ୍। ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି। ଏପରି ଦୁଃଖଦ ଘଟଣା ବୌଦ୍ଧ ଜିଲ୍ଲାର ୫୭ ନଂ ଜାତୀୟ ରାଜପଥ ବାଉଁଶୁଣୀ ଛକ ଡିମିରିପାଲି ସ୍କୁଲ ନିକଟରେ ଘଟିଛି। ମୃତକ ହେଲେ ଟାଇଞ୍ଜନ ଗ୍ରାମର ଦୁଃଶାସନ ଭୋଇ।
ସୂଚନା ଅନୁଯାୟୀ, ଦୁଃଶାସନ ଆଜି ଭୋରରୁ କୌଣସି କାମରେ ବାଉଁଶୁଣି ବଜାରକୁ ଆସିଥିଲେ। ମାତ୍ର ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକ୍କୁ ଦେଖି ନ ପାରି ସେ ଟ୍ରକ୍ ପଛ ପଟେ ପିଟି ହୋଇଯାଇଥିଲେ। ବାଉଁଶୁଣୀ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।
ବାଉଁଶୁଣି ଏକ ଜନଗହଳିପୂର୍ଣ୍ଣ ହୋଇଥିବା ବେଳେ ରାତି ଅଧିଆ ରାସ୍ତା କଡ଼ରେ ଛୋଟ ବଡ଼ ଗାଡ଼ି ରହୁଥିବାରୁ ଏଭଳି ଦୁର୍ଘଟଣା ଘଟୁଛି। ଫଳରେ ବିନା କାରଣରେ ଅନେକ ଲୋକ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛୁ।
The post ଛିଡ଼ା ହୋଇଥିଲା ଟ୍ରକ୍, ପିଟି ହୋଇଗଲା ବାଇକ୍ appeared first on Odisha Reporter.
from Odisha Reporter https://ift.tt/37jGetd
No comments:
Post a Comment