ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ):ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ପୁରଣାବହିରା ଗ୍ରାମରେ ଟ୍ରାକ୍ଟର ଚକା ତଳେ ଚାପି ହୋଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ହେଲେ ପଦୁ ସାହୁ।
ସୂଚନା ଅନୁଯାୟୀ, ଆଜି ସକାଳ ୫ଟାରେ ପଦୁ ନିଜ ଖଳାରେ ଟ୍ରାକ୍ଟରରେ ଧାନ ମଡ଼ାଉଥିଲେ । ଉକ୍ତ ସମୟରେ ଅସାବଧାନତାବଶତଃ ସେ ଟ୍ରାକ୍ଟର ଚକା ତଳେ ଚାପି ହୋଇଗଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ବାଉଁଶୁଣି ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
The post ଟ୍ରାକ୍ଟର ଚକା ତଳେ ଚାପି ହୋଇଗଲେ ଚାଷୀ appeared first on Odisha Reporter.
from Odisha Reporter https://ift.tt/37hRCpq
No comments:
Post a Comment