ଖୋଲିଲା ଅଲାରନାଥ ମନ୍ଦିର, ଭାବବିହ୍ୱଳ ଭକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 22, 2020

ଖୋଲିଲା ଅଲାରନାଥ ମନ୍ଦିର, ଭାବବିହ୍ୱଳ ଭକ୍ତ

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ଖୋଲିଲା ପୁରୀ ଜିଲ୍ଲା ବ୍ରହ୍ମଗିରି ଅଲାରନାଥ ମନ୍ଦିର । ଦୀର୍ଘ ୯ ମାସ ପରେ ଆଜି ଭୋର ୪ଟାରୁ ଅଲାରନାଥଙ୍କ ସିଂହଦ୍ୱାର ଖୋଲିଛି । ଦ୍ୱାର ଫିଟାଯିବା ପରେ ମଙ୍ଗଳ ଆଳତୀ,  ମଇଲମ, ତଡ଼ପ ଲାଗି ଓ ଅବକାଶ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଭକ୍ତମାନେ ସାମାଜିକ ଦୂରତା ବଜାୟ ରଖି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଦୀର୍ଘ ୯ ମାସ ପରେ ମନ୍ଦିର ଖୋଲିଥିବାରୁ ଭକ୍ତମାନେ ଭାବବିହ୍ୱଳ ହୋଇପଡୁଥିବା ଦେଖିବାକୁ ମିଳୁଛି ।

ସେହିପରି କାକଟପୁରର ମା ମଙ୍ଗଳା ମଧ୍ୟ ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସକାଳୁ ସକାଳୁ ମାଙ୍କ ଦୈନନ୍ଦିନ ନୀତିକାନ୍ତି ପରେ ମନ୍ଦିର ପହଡ଼ ଖୋଲିଥିଲା । ଭକ୍ତମାନଙ୍କ ପ୍ରବେଶ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । କରୋନା କଟକଣା ସହ ମାସ୍କ, ସାନିଟାଇଜେସନ୍ ବାଧ୍ୟତାମୂଳକ କରାଯାଇଛି। ମଙ୍ଗଳା ମନ୍ଦିରର ପୂର୍ବ ଦ୍ୱାରରେ ପବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି ।

The post ଖୋଲିଲା ଅଲାରନାଥ ମନ୍ଦିର, ଭାବବିହ୍ୱଳ ଭକ୍ତ appeared first on Odisha Reporter.



from Odisha Reporter https://ift.tt/3nKSF75

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages