୨୮ ବର୍ଷ ଧରି ପୁଅକୁ ଘରେ ବନ୍ଦୀ କରି ରଖିଥିଲା ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 2, 2020

୨୮ ବର୍ଷ ଧରି ପୁଅକୁ ଘରେ ବନ୍ଦୀ କରି ରଖିଥିଲା ମା’

କଥାରେ ଅଛି ଜଣେ ମା’ ନିଜ ସନ୍ତାନ ପାଇଁ କେବେବି କୁଚିନ୍ତା କରେନାହିଁ। ପିଲାଟି ଦିନରୁ ହିଁ ମା’ ନିଜର ପୁଅକୁ ଅତି ଯତ୍ନର ସହ ପାଳିଥାଏ। କିନ୍ତୁ ଏମିତି ଜଣେ ମା’ ଅଛି, ଯାହାଙ୍କ ପାଇଁ ନିଜ ସନ୍ତାନ ଏତେ ମାତ୍ରାରେ ବୋଝ ପାଲଟି ଯାଇଥିଲା ଯେ ସେ ତା’ର ଜୀବନକୁ ନର୍କ କରିଦେଇଛି। ଏଭଳି ଦୁଃଖଭରା କାହାଣୀ ସ୍ୱିଡେନର ଷ୍ଟକହୋମରୁ ଆସିଛି।

ଷ୍ଟକହୋମରେ ଜଣେ ମା’ ତା’ର ପୁଅକୁ ଘରେ ବନ୍ଦୀ କରି ରଖିଥିଲା। ତେବେ ମା’ ତା’ ପୁଅକୁ ଦିନେ କି ଦୁଇ ଦିନ ନୁହେଁ, ଏକାଥରେକ ୨୮ ବର୍ଷ ବନ୍ଦୀ କରି ରଖିଥିଲା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ। ଯେତେବେଳେ ସେହି ବ୍ୟକ୍ତିଙ୍କୁ ଉଦ୍ଧାର କରାଗଲା, ସେତେବେଳକୁ ତାଙ୍କର ବୟସ ୪୧ ହୋଇଯାଇଛି। ଶରୀରରେ ଗଭୀର ଆଘାତ ଚିହ୍ନ, ମୁହଁରେ ମଧ୍ୟ କ୍ଷତ ଚିହ୍ନ, ଚାଲିବାରେ କଷ୍ଟ, ଏମିତିକି କଥା ନକହିପାରିବା ଏବେ ତାଙ୍କର ପରିଚୟ ହୋଇଛି।

ରିପୋର୍ଟ ମୁତାବକ, ପୀଡ଼ିତ ଯୁବକ ୧୨ ବର୍ଷର ହୋଇଥିବା ତାଙ୍କ ମା’ ତା’ର ସ୍କୁଲ୍ ଯିବା ବନ୍ଦ କରିଦେଇଥିଲେ। ଯାହା ପରେ ସେ ନିଜ ପୁଅକୁ ଆପାର୍ଟମେଣ୍ଟରେ ବନ୍ଦୀ କରିଦେଇଥିଲେ। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ଏତେ ଦିନ ଧରି ବନ୍ଦୀ ଥିବା ପୁଅ କଥା କେମିତି କେହି ଜାଣିପାରିଲେନି। ଏନେଇ ଆଖପାଖର ଲୋକେ କହିଛନ୍ତି, ମହିଳା ଜଣକ କେବେବି ବାହାରକୁ ଆସିନାହାନ୍ତି। ଏମିତିକି ଘରର ଝରକା ବି ଖୋଲନ୍ତି ନାହିଁ। ସ୍କୁଲ୍ ହେଉ କି ଅନ୍ୟାନ୍ୟ ଏନଜିଓ ସଂସ୍ଥା, କେହିବି ଏହାର ତଦନ୍ତ କରିନାହାନ୍ତି।

ହେଲେ ଯୁବକଙ୍କୁ ଖୋଜିବା ପଛରେ ଜଣେ ଅଜଣା ଲୋକଙ୍କର ହାତ ଥିବା ଜଣାପଡ଼ିଛି। ସେ କହିଛନ୍ତି, ଏମିତି ଲାଗୁଥିଲା ଯେପରି ଆପାର୍ଟମେଣ୍ଟ ଦୀର୍ଘ ବର୍ଷ ଧରି ସଫା ହୋଇନାହିଁ। ଆପାର୍ଟମେଣ୍ଟ ଭିତରେ ମୂତ୍ର, ଦୁର୍ଗନ୍ଧ ଓ ଧୂଳି ଥିଲା। ଯେମିତିକି ଘରୁ ପଚିଯାଇଥିବା ଜିନିଷ ଭଳି ଦୁର୍ଗନ୍ଧ ଆସୁଥିଲା। ମୋତେ ଜଣାଥିଲା ଯେ ସେଠାରେ ଯୁବକ ଜଣକ ବନ୍ଦୀ ଅଛନ୍ତି। ଯୁବକର ମା’ ହିଁ ତା’ର ଏକମାତ୍ର ସୁରକ୍ଷା କବଚ ଥିଲା।

ଆଉ ଏକ ରିପୋର୍ଟ ମୁତାବକ, ପଡ଼ୋଶୀ କହିଛନ୍ତି ଯେ ସେମାନେ କେବେବି ଘରୁ କୌଣସି ପୁରୁଷଙ୍କୁ ଦେଖିନାହାନ୍ତି। ଏପରିକି ଘରର ଝରକା ବି ଖୋଲିନାହିଁ। ମହିଳା ଜଣକ ନିଜ ପୁଅ ସମ୍ବନ୍ଧରେ କାହା ସହ କିଛି ବି ଆଲୋଚନା କରିନାହାନ୍ତି। ଅଜଣା ବ୍ୟକ୍ତିଙ୍କର ସୂଚନା ପରେ ପୁଲିସ୍ ଘରୁ ଯୁବକଙ୍କୁ ଉଦ୍ଧାର କରିବା ସହ ମହିଳାଙ୍କୁ ଗିରଫ କରିଛି। ଏବେ ଏହି ମାମଲାର ତଦନ୍ତ ଚାଲିଛି।

The post ୨୮ ବର୍ଷ ଧରି ପୁଅକୁ ଘରେ ବନ୍ଦୀ କରି ରଖିଥିଲା ମା’ appeared first on Odisha Reporter.



from Odisha Reporter https://ift.tt/2JGrhIa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages