ଭଦ୍ରକ(ପାର୍ଥ ସାରଥୀ ନାୟକ): ଗ୍ରାହକ ସାଜି ସୁନା ଦୋକାନକୁ ଯାଇଥିଲେ। ମାତ୍ର ସେଠାରେ ସୁଯୋଗ ଦେଖି କିଛି ସୁନା ଜିନିଷ ହାତେଇବାକୁ ଚେଷ୍ଟା କଲେ। ଏହା ଦେଖି ସୁନା ଦୋକାନୀ ୩ ଲେଡି ଲୁଟେରାଙ୍କୁ ଅଟକ ରଖି ପୁଲିସ୍କୁ ଖବର ଦେଇଥିଲେ। ସୁନା ଚୋରି ଅଭିଯୋଗରେ ପୁଲିସ୍ ସେମାନଙ୍କୁ ନେଇ ଘଟଣାର ଅଧିକ ତଦନ୍ତ କରୁଛି। ଏଭଳି ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ବଜାରରେ ଘଟିଛି।
ସୂଚନା ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ବଜାରରେ ଥିବା ମା’ତାରିଣୀ ସୁନା ଦୋକାନକୁ ୩ ମହିଳା ଗ୍ରାହକ ସାଜି ସୁନା କିଣିବାକୁ ଯାଇଥିଲେ। କିଛି ସମୟ ଦୋକାନରେ ଜିନିଷ ଦେଖାଦେଖି କରିଥିଲେ। ଏହାପରେ କିଛି ସୁନା ଅଳଙ୍କାରକୁ ସେମାନେ ନିଜର ବ୍ୟାଗ ମଧ୍ୟରେ ଅତି ଚତୁରତାର ସହ ରଖିଥିଲେ। ମାତ୍ର ଏହାକୁ ଦୋକାନୀଜଣଙ୍କ ଦେଖି ଦେଇଥିଲେ। ତା’ପରେ ଦୋକାନୀଜଣକ ଚତୁରତାର ସହ ବାହାରୁ ଗ୍ରୀଲ୍ ବନ୍ଦ କରିଦେଇ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ଏଥିସହ ପୁଲିସ୍କୁ ମଧ୍ୟ ଖବର ଦେଇଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ୩ ମହିଳାଙ୍କୁ ଉଦ୍ଧାର କରି ଥାନାକୁ ଆଣି ଅଧିକ ପଚରାଉଚୁରା କରୁଛି। ସୁନା ମୁଦି ଚୋରି ଉଦ୍ୟମ ଅଭିଯୋଗରେ ଗ୍ରାମାଞ୍ଚଳ ଥାନାରେ ତିନି ମହିଳାଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କୁ ଆସିୟାନା ଷ୍ଟେ ହୋମରେ ଛଡାଯାଇଛି।
The post ଧରା ପଡ଼ିଲେ ୩ ଲେଡି ଲୁଟେରା, ସୁନା କିଣିବାକୁ ଯାଇ ଲୁଟୁଥିଲେ appeared first on Odisha Reporter.
from Odisha Reporter https://ift.tt/33FGgcN
No comments:
Post a Comment