୧୨ ଘଣ୍ଟିଆ ଭଦ୍ରକ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 9, 2020

୧୨ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ: ୮ ତାରିଖରେ ‘ଭାରତ ବନ୍ଦ’ ପରେ କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଆହ୍ୱାନ ଦିଆଯାଇଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସହରର ସମସ୍ତ ଦୋକାନ, ବଜାର ସହ ଗାଡ଼ି ଚଳାଳ ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଏବଂ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ସମୟରେ କଂଗ୍ରେସ କର୍ମୀଙ୍କ ତରଫରୁ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ଓ ପିକେଟିଂ କରାଯାଇଛି।

ଏହାସହ ଭଦ୍ରକ ସହର ସମେତ ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଦ ପାଳନ କରାଯାଉଛି। କଂଗ୍ରେସ ସହିତ ଏଥିରେ ଅନ୍ୟ କିଛି ସଂଗଠନ ମଧ୍ୟ ଏହି ବନ୍ଦରେ ସାମିଲ ହୋଇଛନ୍ତି। ପୂର୍ବରୁ ମଧ୍ୟ ସମାନ ଦାବି ନେଇ ମେଡିକାଲ କଲେଜ ସଂଗ୍ରାମୀ ସେନା, କ୍ରିୟାନୁଷ୍ଠାନ କମିଟି ଓ ଭଦ୍ରକ ସୋଶାଲ ସର୍ଭିସ ଭଳି ବହୁ ଅନୁଷ୍ଠାନ ଆନ୍ଦୋଳନ କରିଆସୁଛନ୍ତି।

ସହର ବନ୍ଦ ଡାକରା ସଫଳ ହେବା ପରେ ପୁଣି ପଞ୍ଚାୟତ ସ୍ତରରେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ କଂଗ୍ରେସ ଚେତାବନୀ ଦେଇଛି। ଶାନ୍ତିପୂର୍ଣ୍ଣ ଭାବେ ବନ୍ଦକୁ ସଫଳ କରିବାକୁ ସହରବାସୀଙ୍କୁ ନିବେଦନ କରିଛି କଂଗ୍ରେସ।

The post ୧୨ ଘଣ୍ଟିଆ ଭଦ୍ରକ ବନ୍ଦ appeared first on Odisha Reporter.



from Odisha Reporter https://ift.tt/3qEcaAl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages