ନୂଆଦିଲ୍ଲୀ: ବୁଧବାର କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କ ଜନ୍ମଦିନ ଥିଲା। ବୁଧବାର ସୋନିଆ ୭୩ ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ ସୋନିଆଙ୍କ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ତାଙ୍କ ଫେସବୁକ ଆକାଉଣ୍ଟରୁ କିଛି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସୋନିଆଙ୍କ ସହ ତାଙ୍କ ବାପା ରାଜୀବ ଗାନ୍ଧୀ ଓ ନିଜର ଫଟୋ ରହିଛି। ତେବେ ସୋନିଆଙ୍କ ବାବଦରେ ଅଜଣା କଥା ହେଲା ସେ ସବୁବେଳେ ସଞ୍ଚୟକୁ ଗୁରୁତ୍ୱ ଦିଅନ୍ତି।
ଏଡିଆର ରିପୋର୍ଟ ଅନୁଯାୟୀ, ସୋନିଆ ଗାନ୍ଧୀ ଲୋକସଭା ୨୦୧୯ରେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ, ସେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ପ୍ରାୟ ୧୩ଟି କମ୍ପାନୀରେ ୨ କୋଟିରୁ ଅଧିକ ପୁଞ୍ଜି ନିବେଶ କରିଛନ୍ତି।
ଏଥିରେ ବଣ୍ଡ, ଡିଭେଞ୍ଚର ଏବଂ ଶେୟାର ଅନ୍ତର୍ଭୁକ୍ତ ରହିଛି। ଯେଉଁ କମ୍ପାନୀଗୁଡିକରେ ସୋନିଆ ଗାନ୍ଧୀ ନିବେଶ କରିଛନ୍ତି ସେଥିରେ ଏଚଡିଏଫସି ଠାରୁ ରିଲାଏନ୍ସ ପର୍ଯ୍ୟନ୍ତ କମ୍ପାନୀ ଅନ୍ତର୍ଭୁକ୍ତ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ସେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ସୋନିଆ ଗାନ୍ଧୀ ମାରୁତି, ଏଚଡିଏଫସି, ଡିଭେଞ୍ଚର, କୋଟାକ୍ ହାଇବ୍ରିଡ୍ ଫଣ୍ଡ, ମୋତିଲାଲ ଓସୱାଲ ମଲ୍ଟିକାପ ଫଣ୍ଡ, ଏଚଡିଏଫସି ବଣ୍ଡ ସମେତ ପ୍ରାୟ ୧୩ ଟି କମ୍ପାନୀରେ ବଣ୍ଡ, ଡିଭେଞ୍ଚର ଏବଂ ଶେଆର ମାଧ୍ୟମରେ ୨ କୋଟିରୁ ଅଧିକ ବିନିଯୋଗ କରିଛନ୍ତି।
ତେବେ ଏଡିଆର ରିପୋର୍ଟ ଅନୁଯାୟୀ, ସୋନିଆ ଗାନ୍ଧୀ ଲୋକସଭା ୨୦୧୯ରେ ଦାଖଲ କରିଥିବା ଆଫିଡେଭିଟ୍ ଅନୁଯାୟୀ ତାଙ୍କ ପାଖରେ ମାତ୍ର ୬୦ ହଜାର ନଗଦ ଅଛି। ବ୍ୟାଙ୍କରେ ଜମା ହୋଇଥିବା ମୋଟ ପରିମାଣ ୧୬ ଲକ୍ଷ ଟଙ୍କାରୁ ଅଧିକ। ଯେଉଁଥିରେ ୟୁକୋ ବ୍ୟାଙ୍କ ଏବଂ ଏଚଡିଏଫସି ବ୍ୟାଙ୍କ ଅନ୍ତର୍ଭୁକ୍ତ।
The post ସୋନିଆ ଗାନ୍ଧୀ କେଉଁଠି କେତେ ପଇସା ରଖିଛନ୍ତି? appeared first on Odisha Reporter.
from Odisha Reporter https://ift.tt/2JPlcty
No comments:
Post a Comment