ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 19, 2020

ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ

କଟକ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଭିତ୍ତିରେ ପୁରୀଘାଟ ଥାନା ପୁଲିସ୍ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଇପିସିର ଧାରା ୪୯୮-ଏ, ୫୦୬ ଓ ୩୪୧ରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ଅନୁଭବଙ୍କ ସହିତ ତାଙ୍କର ଦୁଇ ଜଣ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ପୁଲିସ୍। ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷା ଥାନାରେ ଅଭିଯୋଗ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନୁଭବ ତାଙ୍କୁ ଘରେ ରହିବାକୁ ଦେଉ ନଥିବା ତଥା ତାଙ୍କ ରୁମ୍‌ରେ ତାଲା ପକାଇ ତାଙ୍କୁ ଘଣ୍ଟାଏରୁ ଅଧିକ ସମୟ ବାହାରେ ଛିଡ଼ା କରାଇ ଦେଇଥିବା ଭଳି ଅଭିଯୋଗ ବର୍ଷା ଆଣିଥିଲେ। ବର୍ଷାଙ୍କ ଏହି ଅଭିଯୋଗ ପରେ ଗତକାଲି ପୁଲିସ୍ ଅନୁଭବଙ୍କ ବାସଭବନକୁ ମଧ୍ୟ ଯାଇ ତଦନ୍ତ କରିଥିଲା।

ତା’ପୂର୍ବରୁ ଶୁକ୍ରବାର ବର୍ଷା ଏକ ଭାଇରାଲ ଭିଡିଓ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହି ଭିଡିଓରେ ଅନୁଭବ ଓ ତାଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବା ଦେଖିବାକୁ ମିଳିଥିଲା। ତାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାକୁ ଏହି ଭିଡିଓ ଭାଇରାଲ କରାଯାଇଥିବା ବର୍ଷା ଥାନାରେ ଅଭିଯୋଗ କରିଥିଲେ।

ସେହିପରି ଗତକାଲି ଅନୁଭବ ଏକ ଭାଇରାଲ ଅଡିଓକୁ ନେଇ ପୁଲିସ୍‌ ଡିଜିଙ୍କୁ ଚିଠି ଲେଖିଥିଲେ ଓ ଏହାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ସେ ଲେଖିଥିଲେ ଯେ ଅଡିଓରେ ହେଉଥିବା ଟେଲିଫୋନ୍ ବାର୍ତ୍ତାଳପ ଯଦି ସତ ହୋଇଥାଏ, ତା’ହେଲେ ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ୟା କରାଯି଼ବାକୁ ଷଡ଼ଯନ୍ତ୍ର ରଚାଯାଉଛି। ଏହା ସହିତ ତାଙ୍କୁ ଓ ତାଙ୍କ ପରିବାରକୁ ରକ୍ଷା କରିବାକୁ ସେ ଅନୁରୋଧ କରିଥିଲେ। ଆଉ ଯଦି ଏହି ଅଡିଓଟି ମିଛ ହୋଇଥାଏ, ତା’ହେଲେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କ ଫ୍ୟାନ୍ ଓ ପରିବାର ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଏହି ଭାଇରାଲ ଅଡିଓ ସମ୍ଭବତଃ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ଭଉଣୀମାନଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍‌ ବାର୍ତ୍ତାଳପର ବୋଲି ଅନୁଭବ ଲେଖିଥିଲେ।

The post ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ appeared first on Odisha Reporter.



from Odisha Reporter https://ift.tt/3p6dpGI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages